ସିଭିଲ ସର୍ଭିସ ପ୍ରଲିମିନାରୀ ପରୀକ୍ଷାର୍ଥୀଙ୍କ ପାଇଁ ରେଳ ସୁବିଧା, ଓଡିଶାରେ ଗଡିବ ସ୍ବତନ୍ତ୍ର ଟ୍ରେନ୍

କେନ୍ୟୁଜ୍(ବ୍ୟୁରୋ):  ସିଭିଲ ସର୍ଭିସ ପ୍ରଲିମିନାରୀ ପରୀକ୍ଷା  ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ରେଳ ସୁବିଧା । କରୋନା ସଂକ୍ରମଣ ସମୟରେ ଯାତାୟତରେ ବାଧା ସୃଷ୍ଟି  ହୋଇଛି। ଏହି ସମୟରେ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ପଡୁଥିବାରୂ ସେମାନେ ଯେପରି ଯାତାୟତରେ କୌଣସି ଅସୁବିଧାରେ ସମ୍ମୁଖିନ୍ନ ନହେବେ ସେଥିପାଇଁ ରେଳ ବିଭାଗ ସ୍ବତନ୍ତ୍ର ରେଳର ସୁବିଧା କରିଛି। ରେଳ ମନ୍ତ୍ରାଳୟ ପକ୍ଷରୁ ୨୦୨୦ ଅକ୍ଟୋବର ୩ ତାରିଖରେ ପୂର୍ବତଟ ରେଳପଥ ଅଧିନରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି।

ସିଭିଲ ସର୍ଭିସ ପରୀକ୍ଷା ପାଇଁ କରାଯାଇଥିବା ସହରଗୁଡ଼ିକୁ ସ୍ୱତନ୍ତ୍ର ଟ୍ରେନ ପହଞ୍ଚିବ। ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକ ବ୍ରହ୍ମପୁର, କେନ୍ଦୁଝରଗଡ଼, ଖରିଆର ରୋଡ଼ ଓ କୋରାପୁଟରୁ ଅପରାହ୍ନ ୪ଟାରେ ଛାଡ଼ିବ। ସେହିଭଳି କେରାପୁଟରୁ ସନ୍ଧ୍ୟା ୫ଟାରେ ଏବଂ ଅନ୍ୟ ଷ୍ଟେସନଗୁଡ଼ିକରୁ ଦିନ ୧ଟାରେ ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକ ଛାଡ଼ିବ। ସ୍ୱତନ୍ତ୍ର ଟ୍ରେନ୍‌ ଗୁଡ଼ିକ ସେହିଦିନ ସନ୍ଧ୍ୟାରେ ପରୀକ୍ଷା ସେଣ୍ଟର ଥିବା ସହରରେ ପହଞ୍ଚିବ।