Below header

ବ୍ରଜରାଜନଗର ରେଳ ଷ୍ଟେସନରେ ବିଭନ୍ନ ଦ୍ରୁତଗାମୀ ଟ୍ରେନ୍‌ର ରହଣୀ ଦାବିରେ ରେଳ ରୋକ୍ ଆନ୍ଦୋଳନ

ଝାରସୁଗୁଡା(କେନ୍ୟୁଜ): ବ୍ରଜରାଜନଗର ରେଳ ଷ୍ଟେସନରେ ବିଭନ୍ନ ଦ୍ରୁତଗାମୀ ଟ୍ରେନ୍‌ର ରହଣୀ ଦାବିରେ ରେଳ ରୋକ ଆନ୍ଦୋଳନ। ବ୍ରଜରାଜନଗର ନାଗରିକ କମିଟି ପକ୍ଷରୁ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଛି ଆନ୍ଦୋଳନ। ଆନ୍ଦୋଳନକାରୀ ରେଳ ଧାରଣା ଉପରେ ବାଜା ଧରି ବସିଛନ୍ତି ।

ପୁରୀ-ଯୋଧପୁର ଏକ୍ସପ୍ରେସ, ହାଓ୍ଵଡ଼ା-ମୁମ୍ବାଇ ମେଲ ଏକ୍ସପ୍ରେସ, ହାଓ୍ଵଡା-ଅହମ୍ମଦନଗର ଏକ୍ସପ୍ରେସ ରହଣୀ ନେଇ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ ରେଳବିଭାଗ କୌଣସି ପ୍ରତିଶ୍ରୁତି ଦେଉନାହାନ୍ତି। ଏନେଇ ବ୍ରଜରାଜନଗର ନାଗରିକ କମିଟି, ରେଳ ବିଭାଗ ଅଧିକାରୀ, ପୋଲିସ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିନଥିଲା। ତେଣୁ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ରଜରାଜନଗର ନାଗରିକ କମିଟି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.