ବଲାଙ୍ଗିର ଲର୍କିପାଲିରେ ମହିଳାଙ୍କୁ ବୀଭତ୍ସ ହତ୍ୟା, ଦୁଷ୍କର୍ମ ଉଦ୍ୟମ ପରେ ମାରିଦେଇଥିବା ସନ୍ଦେହ

ବଲାଙ୍ଗିର(କେନ୍ୟୁଜ): ବଲାଙ୍ଗିର ଲର୍କିପାଲିରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ଘରଠାରୁ ୨୦୦ ମିଟର ଦୂର ବିଲ ଭିତରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ହତ୍ୟାକାଣ୍ଡ ସ୍ଥଳରେ ମଦ ବୋତଲ ପଡିଛି । ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ହତ୍ୟାକାରୀ କିଏ ଓ ଏଥିରେ କେତେ ଜଣ ସମ୍ପୃକ୍ତ ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ଟାଉନ ଥାନା ପୋଲିସ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛନ୍ତି । ଗତକାଲି ରାତି ପ୍ରାୟ ୯ଟା ବେଳେ ମହିଳା ଜଣକ ଶୌଚ ହେବାକୁ ଘର ପାଖ ବିଲକୁ ଯାଇଥିଲେ । ତେବେ ଆଉ ଫେରି ନଥିଲେ ।

ରାତିରେ ପରିବାର ଲୋକେ ବହୁ ଖୋଜାଖୋଜି ପରେ ବିଲ ମଝିରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପାଇଥିଲେ । ପରେ ଏନେଇ ରାତି ୧୨ଟାରେ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ରାତି ୧ ଟାରେ ମୃତଦେହ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଛି । ପୋଲିସ ଘଟଣାର ତଦନ୍ତ କରୁଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.