Below header

ମୃତକଙ୍କ ପରିବାରକୁ ଦିଆଯିବ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି, ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ରେଳମନ୍ତ୍ରୀ। ଭୁବନେଶ୍ୱର ଓ କୋଲକାତାରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏନଡିଆରଏଫ, ରାଜ୍ୟ ସରକାରଙ୍କ ଉଦ୍ଧାରକାରୀ ଦଳ ସହ ବାୟୁସେନାକୁ ମଧ୍ୟ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି।

କେନ୍ୟୁଜ୍(ବ୍ୟୁରୋ): ଦୁର୍ଘଟଣାସ୍ଥଳକୁ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଭୁବନେଶ୍ୱର ଓ କୋଲକାତାରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏନଡିଆରଏଫ, ରାଜ୍ୟ ସରକାରଙ୍କ ଉଦ୍ଧାରକାରୀ ଦଳ ସହ ବାୟୁସେନାକୁ ମଧ୍ୟ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି।  ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଗୁରୁତର ଆହତଙ୍କୁ ୨ ଲକ୍ଷ ଏବଂ ସାମାନ୍ୟ ଆହାତ ହୋଇଥିବା ଲୋକଙ୍କୁ ୫୦,୦୦୦ ଟଙ୍କା କ୍ଷତି ପୂରଣ ଦିଆଯିବ ବୋଲି ଘୋ‌ଷଣା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.