ଆସନ୍ତା ୩ରୁ ବର୍ଷାରେ ଭିଜିବ ଓଡ଼ିଶା: କିଛି ଜିଲ୍ଲାରେ ବିଜୁଳି ସହ ଘଡ଼ଘଡ଼ିର ସମ୍ଭାବନା
କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୩ରୁ ବର୍ଷାରେ ଭିଜିବ ଓଡ଼ିଶା। ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକା ପାଣିପାଗ ବିଜ୍ଞାନ କେନ୍ଦ୍ର । ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ସହ ଘଡ଼ଘଡ଼ିର ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ୪ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ସହ ବିଜୁଳିର ସମ୍ଭାବନା ରହିଛି। କେତେକ ଜିଲ୍ଲାରେ କୁଆପଥର ମାଡ଼ ହେବାର ମଧ୍ୟ ପୂର୍ବାନୁମାନ ହୋଇଛି। ଉତ୍ତର ଓଡ଼ିଶାରେ ମୁଖ୍ୟତଃ ବର୍ଷାର ପରିମାଣ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ। ୧୦ ଡିଗ୍ରୀ ତଳେ ରହିଛି ୬ଟି ସ୍ଥାନର ତାପମାତ୍ରା। ସମତଳ ଅଞ୍ଚଳରେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ସେଲ୍ସିୟସ ରେକର୍ଡ ହୋଇଥିବା ବେଳେ ପାର୍ବତ୍ୟାଞ୍ଚଳରେ ଦାରିଙ୍ଗିବାଡ଼ରେ ତାପମାତ୍ରା ୮ଡିଗ୍ରୀ ରହିଛି। ରାଜ୍ୟରେ ଅଧିକାଂଶ ସ୍ଥାନର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୫ଡିଗ୍ରୀ ସେଲସିୟସ କମ୍ ରହିଛି। ଆଗାମୀ ୩ଦିନ ଯାଏ ପାଗରେ ହେବନି କୌଣସି ପରିବର୍ତ୍ତନ।