ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର: ଟ୍ଵିନ୍‌ସିଟି ସମେତ ଭିଜୁଛି ସାରା ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ୍‌): ଉତ୍ତର ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର। ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି । ଟ୍ଵିନ୍‌ସିଟି ସମେତ ଭିଜୁଛି ସାରା ଓଡ଼ିଶା। ଭୁବନେଶ୍ୱରରେ ମୂଷଳଧାରାରେ ବର୍ଷା ହେଉଛି । ଫଳରେ କିଛି ସ୍ଥାନରେ ରାସ୍ତାରେ ପାଣି ଜମି ରହିଛି ।

ଏପଟେ ପ୍ରବଳ ବର୍ଷା ନେଇ ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ରାଜ୍ୟରେ ଗୁରୁବାର ଯାଏ ବର୍ଷା ହେବ । ଜୁନ୍‌ ମାସ ଶେଷ ସୁଦ୍ଧା ରାଜ୍ୟରେ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା । ଜୁଲାଇ ମାସରେ ୪ ଦିନର ବର୍ଷା ପରେ ନିଅଣ୍ଟିଆ ୧୧ ପ୍ରତିଶତ ଭରଣା ହୋଇଛି । ଜୁନ୍‌ ୧ରୁ ଆଜି ସୁଦ୍ଧା ରାଜ୍ୟରେ ୧୮୧.୪ ମିଲିମିଟର ବର୍ଷା ହୋଇଛି । ଯାହାକି ସ୍ୱାଭାବିକଠାରୁ ୨୯ ପ୍ରତିଶତ କମ୍‌ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.