କିଟ୍‌ ବିଶ୍ୱବିଦ୍ୟାଳୟର ପଦକ୍ଷେପକୁ ପ୍ରଶଂସା କଲେ ବିଧାୟକ ସୁରେଶ ରାଉତରାୟ ଓ ବିଷ୍ଣୁଚରଣ ସେଠୀ

ଭୁବନେଶ୍ୱର(କେନ୍ୟୁଜ୍): କିଟ୍‌ ବିଶ୍ୱବିଦ୍ୟାଳୟର ପଦକ୍ଷେପକୁ ପ୍ରଶଂସା କଲେ ବିଧାୟକ ସୁରେଶ ରାଉତରାୟ । ଆଞ୍ଚଳିକ ବିକାଶ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଛନ୍ତି ସୁର । ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ ବିଧାୟକ ସୁରେଶ ରାଉତରାୟ ।

ବିଧାନସଭାରେ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ବିଲ୍‌ ଆଲୋଚନା ବେଳେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ପ୍ରସଙ୍ଗ ଉଠାଇ ଗୃହରେ କିଟ ବିଶ୍ୱବିଦ୍ୟାଳୟର ପ୍ରଶଂସନୀୟ ପଦକ୍ଷେପ ଉପରେ ଗୃହର ଦୃଷ୍ଟି ଆକର୍ଷଣ କରାଇଛନ୍ତି ବିଧାୟକ ସୁରେଶ ରାଉତରାୟ । ସେହିପରି ବିଶ୍ୱବିଦ୍ୟାଳୟ ସମ୍ପର୍କିତ ବିଲ ଆଲୋଚନା ବେଳେ କିସ୍‌ ବିଶ୍ୱବିଦ୍ୟାଳୟର ଉଦ୍ୟମକୁ ପ୍ରସଂଶା କଲେ ବିଧାୟକ ବିଷ୍ଣୁଚରଣ ସେଠୀ ।

କ୍ରୀଡା କ୍ଷେତ୍ର ବିଶେଷକରି ଭଲିବଲ୍‌ରେ ଏବେ ଓଡ଼ିଶାର ଦୁଇ ଜଣ ପିଲା ଜାତୀୟ ସ୍ତରରେ ସଫଳତା ପାଇଛନ୍ତି । ସେମାନେ କିଟ ବିଶ୍ୱବିଦ୍ୟାଳୟର ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ନିଜ ଉଦ୍ୟମରେ ପ୍ରତିଭା ତିଆରି କରି ପାରୁଛନ୍ତି ବୋଲି କହିଛନ୍ତି ବିଧାୟକ ବିଷ୍ଣୁ ଚରଣ ସେଠୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.