ବଙ୍ଗୋପସାଗରରେ ଏକାଠି ଦୁଇ ଦୁଇଟି ଘୂର୍ଣ୍ଣିବଳୟ: ଆଜିଠୁ ବଢିବ ବର୍ଷାର ପରିମାଣ

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ଏକାଠି ଦୁଇ ଦୁଇଟି ଘୂର୍ଣ୍ଣିବଳୟ କ୍ଷେତ୍ର। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଓ ସଂଲଗ୍ନ ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟ ଏକ ଘୂର୍ଣ୍ଣିବଳୟ ଉତ୍ତରପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ କ୍ଷେତ୍ର ଉପରେ ଅବସ୍ଥିତ ରହିଛି। ଆସନ୍ତାକାଲି ସୁଦ୍ଧା ଦୁଇ ଘୂର୍ଣ୍ଣିବଳୟର ଏକାଠି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠୁ ବଢିବ ବର୍ଷାର ପରିମାଣ। ପ୍ରବଳ ବର୍ଷା ନେଇ ଆଜି ୧୨ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ ।

ଆସନ୍ତାକାଲି ବଢିବ ବର୍ଷାର ବିସ୍ତୃତି । ପ୍ରବଳ ବର୍ଷା ପାଇଁ ୧୭ ଜିଲ୍ଲାକୁ ୟେଲୋ ସତର୍କତା ଦିଆଯାଇଛି । ୪ ଓ ୫ ତାରିଖରେ ଅଧିକ ବର୍ଷା ସମ୍ଭାବନା ରହିଛି। ୪ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧା ଏବଂ ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.