ଇନ୍‌ଷ୍ଟାଗ୍ରାମ ଲଞ୍ଚ୍‌ କଲା ଆଉ ଏକ ଜବରଦସ୍ତ ଫିଚର ‘ନୋଟ୍‌ସ’; ଜାଣନ୍ତୁ ଏହାର ଖାସିୟତ୍‌

ମେଟାର ମାଲିକାନା ଦାବି ଥିବା ମ୍ୟାସେଜିଂ ପ୍ଲାଟଫର୍ମ ‘ଇନ୍‌ଷ୍ଟାଗ୍ରାମ’ ସମୟ ସମୟରେ ନୂଆ ନୂଆ ଫିଚର ୟୁଜରମାନଙ୍କ ପାଇଁ ଆଣିଥାଏ। ଏବେ କମ୍ପାନୀ ପୁଣି ଏକ ନୂଆ ଫିଚର ‘ନୋଟ୍‌ସ’ ଲଞ୍ଚ୍‌ କରିଛି। ଏହି ଫିଚର ୟୁଜରମାନଙ୍କୁ ଛୋଟ ଛୋଟ ନୋଟ୍‌ସ ବନାଇବାକୁ ଅନୁମତି ଦେଇଥାଏ। ୟୁଜରମାନଙ୍କ ଦ୍ୱାରା ବନାଯାଇଥିବା ନୋଟ୍‌ ଡିଏମ୍‌ ସେକ୍ସନରେ ଇନ୍‌ଷ୍ଟାଗ୍ରାମ ଷ୍ଟୋରିଜ୍‌ ଭଳି ଫଲୋୟର୍ସ ଦେଖାଇଥାଏ। ନୋଟ୍‌ସ ୨୪ ଘଣ୍ଟା ପରେ ଗାଏବ ହୋଇଯାଏ। ଫଲୋୟର୍ସ ଯେଉଁ ରିଆକ୍ସନ ପଠାଇବେ, ତାହା ୟୁଜରମାନଙ୍କୁ ଡିଏମ୍‌ ରୂପେ ଦେଖାଯାଇଥାଏ।

ଇନ୍‌ଷ୍ଟାଗ୍ରାମ ନୋଟ୍‌ସ ଫିଚରର ଉଦ୍ଦେଶ୍ୟ ହେଲା, ନୋଟିଫିକେସନ୍ସକୁ ଏକ ନୂଆ ତରିକାରେ ବାହାର କରିବା। ବର୍ତ୍ତମାନ ୟୁଜର ଏକ ସମୟରେ କେବଳ ଗୋଟିଏ ହିଁ ନୋଟ୍‌ ପୋଷ୍ଟ୍‍ କରି ପାରିବେ। ଯଦି ସେମାନେ ପୂର୍ବ ନୋଟ୍‌ର ୨୪ ଘଣ୍ଟା ବିତିବା ଆଗରୁ ପୋଷ୍ଟ କରନ୍ତି, ତା’ ହେଲେ କରେଣ୍ଟ୍‌ ନୋଟ୍‌କୁ ଅଟୋମେଟିକ୍‌ ରୂପେ ହଟାଇ ଦିଆଯିବ। ଇନ୍‌ଷ୍ଟାଗ୍ରାମ ନୋଟ୍‌ସର ଲିମିଟ୍‌ ରହିଛି ୬୦ କ୍ୟାରେକ୍ଟର। ଅର୍ଥାତ୍‌ ଆପଣ ୬୦ ଶବ୍ଦରେ ନୋଟ୍‌ ଲେଖିପାରିବେ।

ଏହାରି ଭିତରେ ଇନଷ୍ଟାଗ୍ରାମ ଏକ ୟୁଜର ସୁରକ୍ଷା ଫିଚର ବିକଶିତ କରିବା ଉପରେ ମଧ୍ୟ କାର୍ଯ୍ୟ କରୁଛି, ଯାହା ଉପଯୋଗକର୍ତ୍ତାମାନଙ୍କୁ ତାଙ୍କ ଡିଏମ୍‌ରେ ନ୍ୟୁଡ୍‌ ଫଟୋଗୁଡ଼ିକୁ ରିସିଭ୍‌ କରିବାରୁ ବଞ୍ଚାଇବ। ଇନଷ୍ଟାଗ୍ରାମ ନୋଟ୍ କିପରି ବ୍ୟବହାର କରିବେ, ଆସନ୍ତୁ ଜାଣିବା…

-ଇନଷ୍ଟାଗ୍ରାମ ଆପ୍‌ର ଲାଟେଷ୍ଟ ଭର୍ସନ ଅପ୍‌ଡେଟ କରନ୍ତୁ।

-ଇନଷ୍ଟାଗ୍ରାମ ଆପ୍ ଖୋଲନ୍ତୁ।

-ଏବେ DM ସେକ୍ସନକୁ ଯାଆନ୍ତୁ।

-‘ୟୋର୍‌ ନୋଟ୍‌’ ଉପରେ ଟ୍ୟାପ୍ କରନ୍ତୁ।

-ଆପଣଙ୍କ ମନରେ ଯାହା କିଛି ବି ଅଛି, ତାହାକୁ ଟାଇପ୍ କରନ୍ତୁ।

-ଆପଣ ଯାହା ସହିତ ନିଜର ନୋଟ୍ ସେୟାର କରିବାକୁ ଚାହୁଁଛନ୍ତି, ତାଙ୍କୁ ବାଛନ୍ତୁ। ଆପଣ ଯେଉଁ ଫଲୋୟର୍ସଙ୍କୁ ଫଲୋ ବ୍ୟାକ୍‌ କରୁଛନ୍ତି, ସେମାନଙ୍କ ମଧ୍ୟରୁ ଘନିଷ୍ଠ ସାଙ୍ଗମାନଙ୍କୁ ବାଛି ପାରିବେ।

-ସେୟାର ଉପରେ କ୍ଲିକ୍ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.