ଏହି ୩ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଲେ ଜୀବନ ହୋଇଥାଏ ନର୍କ, ଏମାନଙ୍କ ଠାରୁ ଦୂରରେ ରହିବା ଭଲ

ଚାଣକ୍ୟ ତାଙ୍କ ନୀତିରେ ଏମିତି କିଛି ଲୋକଙ୍କ ବିଷୟରେ କହିଛନ୍ତି, ଯେଉଁମାନେ ବଞ୍ଚିଥାଉ ଥାଉ ମନୁଷ୍ୟର ଜୀବନକୁ ନର୍କ କରିଦେଇଥାନ୍ତି । ଏହି ଲୋକମାନଙ୍କ ସହ ଆମର ଗଭୀର ସମ୍ପର୍କ ରହିଥାଏ ଓ ଏହି ଲୋକଙ୍କ ସହ ଆମର ସର୍ବଦା ଦେଖା ହୋଇଥାଏ । ଆସନ୍ତୁ ଜାଣିବା କେଉଁମାନେ ସେହି ବ୍ୟକ୍ତି ଯାହାଙ୍କୁ ଚାଣକ୍ୟ ତ୍ୟାଗ କରିବା ପାଇଁ କହିଛନ୍ତି ।

ଶ୍ଳୋକ :

ଦୁଷ୍ଟାଭାର୍ଯ୍ୟା ଶଠଂ ମିତ୍ରଂ ଭୃତ୍ୟଶ୍ଚ ଉତ୍ତରଦାୟକଃ ।
ସ ସର୍ପେ ଚ ଗୃହେ ବାସୋ ମୃତ୍ୟୁରେବ ନ ସଂଶୟଃ ।।

ଦୃଷ୍ଟ ପତ୍ନୀ

ମନୁଷ୍ୟର ସବୁଠୁ ଭଲ ଓ ଗୁରୁତ୍ୱପୂର୍ଣ୍ଣ ସାଥୀ ହୋଇଥାଏ ତାଙ୍କର ପତ୍ନୀ । ସେ ବ୍ୟକ୍ତିକୁ ସବୁ ସମୟରେ ସହଯୋଗ କରିଥାଏ । ଯଦି ଏହି ସ୍ତ୍ରୀ ଦୁଷ୍ଟ ସ୍ୱଭାବର ହୁଅନ୍ତି । ତାଙ୍କର ଟାଣ କଥା, ମିଛ କହିବା ଓ ଠକିବା ଆଦି ବ୍ୟବହାର ବ୍ୟକ୍ତିକୁ ବିଭିନ୍ନ ଅସୁବିଧାରେ ପକାଇଥାଏ । ଏହି ସ୍ତ୍ରୀ ସହିତ ରହିବା ନର୍କ ସମାନ ହୋଇଥାଏ । ଏମାନେ ପତିର ଜୀବନକୁ ନର୍କ ସମାନ କରିଦେଇଥାନ୍ତି । ଏପରି ସ୍ତ୍ରୀ ସହ ରହିଲେ ବ୍ୟକ୍ତି ମୃତ୍ୟୁପରି ପୀଡା ପାଇଥାଏ ।

ମୁହଁଖୋର ଚାକର

ଚାଣକ୍ୟ କୁହନ୍ତି ଯଦି ଆପଣଙ୍କ ଘରେ ଚାକର ମୁହଁରେ ଜବାବ ଦେଉଥାଏ । ମାଲିକର ଅନାଦାର କରିବା ସହ ଓଲଟି ଜାବବ କରୁଥାଏ । ସେମାନଙ୍କ ସହ ସନ୍ତୁଳିତ ବ୍ୟବହାରର କରିବା ଦରକାର । ଘରେ ଏପରି ଚାକର ରଖିବା ଦ୍ୱାରା ମାଲିକର ମୃତ୍ୟୁ ହେବା ସୁନିଶ୍ଚିତ । ଏମାନେ କେବେ ବି କ୍ଷତି ପହଞ୍ଚାଇ ପାରନ୍ତି ।

କପଟୀ ମିତ୍ର

ମିତ୍ର ଆମ ଜୀବନରେ ମହତ୍ୱପୂର୍ଣ୍ଣ ହୋଇଥାନ୍ତି । ଚାଣକ୍ୟ ମିତ୍ରଙ୍କୁ ଚିହ୍ନିବା ପାଇଁ ମଧ୍ୟ ତାଙ୍କ ନୀତରେ ବହୁତ କିଛି କହିଛନ୍ତି । ଯେଉଁ ମିତ୍ର ମୁହଁରେ କିଛି ଓ ପଛରେ କିଛି କହିଥାନ୍ତି, ସେପରି ମିତ୍ର କେବେ ବି ଆପଣଙ୍କ ପାଇଁ ଶୁଭଙ୍କର ହୋଇ ନଥାନ୍ତି । ଏହି କପଟୀ ମିତ୍ର କେବଳ ନିଜର ଫାଇଦା ପାଇଁ ଆପଣଙ୍କ ସହ ରହିଥାନ୍ତି । ଏମାନେ ଆପଣଙ୍କ ସହ କେବେ ବି ଧୋକା କରିବା ପାଇଁ ପଛାଇ ନଥାନ୍ତି । ଏପରି ମିତ୍ରଙ୍କୁ ତ୍ୟାଗ କରିବା ଜରୁରୀ । ନଚେତ ଜୀବନ ମୃତ୍ୟୁ ପରି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.