ପାଣିପାଗ ଖବର : ୧୦ଟି ଜିଲ୍ଲାକୁ ବର୍ଷା ସମ୍ଭାବନା, ସବୁଠୁ ତତଲା ଥିଲା ଚାନ୍ଦବାଲି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ଅପରାହ୍ନରୁ ସନ୍ଧ୍ୟା ସୁଦ୍ଧା ୧୦ଟି ଜିଲ୍ଲାରେ ଅଳ୍ପ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାନା ରହିଛି । ସେହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ।
ଆସନ୍ତାକାଲି ମଧ୍ୟ ଏହି ଭଳି ପାଗ ରହିବ । ତେବେ ୧୪ ତାରିଖ ଦିନ କେତେ ଜିଲ୍ଲା ପାଇଁ ‘ୟେଲୋ ଓ୍ଵାର୍ଣ୍ଣିଂ’ ଜାରି କରିଛି ପାଣିପାଗ ବିଭାଗ । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ।
ଆଜି ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବିଭିନ୍ନ ଉପକୂଳ ଅଞ୍ଚଳରେ ତାତି ୩୯ ଡିଗ୍ରୀ ସେଲସିୟସରୁ ଅଧିକ ଧିଲା । ଚାନ୍ଦବାଲି ସର୍ବାଧିକ ଉତ୍ତପ୍ତ ସ୍ଥାନ ଭାବେ ୪୦.୨ ଏବଂ ତା ପଛକୁ ତାଳଚେର, ମାଲକାନଗିରି ଏବଂ ବଲାଙ୍ଗିର ୪୦ ଡିଗ୍ରୀ ରହିଥିଲା । ଭୁବନେଶ୍ୱର ୩୯,୬, ସମ୍ବଲପୁର, ବାରିପଦାରେ ଓ ଟିଟିଲାଗଡ଼ରେ ୩୯, ଅନୁଗୁଳ ୩୮.୯ ଏବଂ କଟକରେ ୩୮.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି ।

TEMP-1

TEMP-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.