ବରୁଣ ଧବନଙ୍କ ସମ୍ପର୍କୀୟଙ୍କୁ କରୋନା, ଆକ୍ଟର କହିଲେ, ‘ଘରେ ପହଞ୍ଚି ସାରିଲାଣି ଭାଇରସ’

କରୋନା ଭାଇରସକୁ ନେଇ ଏବେ ଚକିତ କଲା ଭଳି ଏକ କଥା ସାମ୍ନାକୁ ଆସିଛି। ବଲିଉଡ ଆକ୍ଟର ବରୁଣ ଧବନ ସୋସିଆଲ ମିଡ଼ିଆରେ ଏହାର ଖୁଲାସା କରିଛନ୍ତି। ଆମେରିକାରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟ କୋଭିଡ-19ର ଶିକାର ହୋଇଥିବା ନେଇ ସେ ନିଜ ଇନଷ୍ଟା ଲାଇଭ ଚାଟରେ ସୂଚନା ଦେଇଛନ୍ତି।

w

ବରୁଣ କହିଛନ୍ତି, ‘ୟେ(କରୋନା ଭାଇରସ) ଆମ ଘର ଆଖପାଖକୁ ଆସିସାରିଲାଣି। ଯେ ପର୍ଯ୍ୟନ୍ତ ଆପଣଙ୍କର କେହି ନିଜ ଲୋକକୁ ଏହି ଭାଇରସ ନିଜ କବଳକୁ ନ ନେଇଛି, ସେ ପର୍ଯ୍ୟନ୍ତ ଆପଣ ଏହାକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ। ଏହି କଥାକୁ ବୁଝନ୍ତୁ ଏବଂ ଘର ବାହାରକୁ ବାହାରନ୍ତୁ ନାହିଁ’।

ଏହାସହିତ ବରୁଣ social distancingର ସଂଜ୍ଞା ବୁଝାଇବାକୁ ଯାଇ କହିଥିଲେ, ‘ଏହା ଜରିଆରେ ଆପଣ ଅନେକାଂଶରେ କରୋନା ଭାଇରସଠୁ ନିଜକୁ ବଞ୍ଚେଇ ରଖି ପାରିବେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.