ପିଛା ଛାଡୁନି ଲଘୁଚାପ: ଆସନ୍ତା ୨୮, ୨୯ ଓ ୩୦ ରାଜ୍ୟର ୭ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ବର(କେନ୍ଯୁଜ୍): ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ଏହାର ପ୍ରଭାବରେ ୨୮, ୨୯ ଓ ୩୦ ରେ ରାଜ୍ୟରେ ୭ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ୩୦ ତାରିଖ ଯାଏ ତାମିଲନାଡୁ, ପୁଡୁଚେରୀ ଓ କେରଳର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହପିରି କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ ଓ ରୟାଲସୀମାରେ ୨୯ ଓ ୩୦ ତାରିଖ ବର୍ଷିବ । ୨୮ରୁ ୩୦ ତାରିଖ ଯାଏ ଆନ୍ଧ୍ର ପ୍ରଦେଶ ଉପକୂଳରେ ବର୍ଷା ସମ୍ଭାବନା ଥିବା ଆଇଏମଡି ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.