ତେଲେଙ୍ଗାନାରେ ବର୍ଷା ବିତ୍ପାତ: ଫୁଲୁଛି ଗୋଦାବରୀ ନଦୀର ଜଳସ୍ତର, ରାଜପଥ ସମ୍ପୂର୍ଣ୍ଣ ବନ୍ଦ

ଲଗାଣ ବର୍ଷାରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ବେହାଲ। ବଢିବାରେ ଲାଗିଛି ଗୋଦାବରୀ ନଦୀର ଜଳସ୍ତର। ଫଳରେ ସୀମାନ୍ତ ମୋଟୁ ଠାରୁ ରାଞ୍ଚି ବିଜୟୱାଡ଼ା କରିଡର ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି।

କାଲିମେଳା (କେନ୍ୟୁଜ): ଲଗାଣ ବର୍ଷାରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ବେହାଲ। ବଢିବାରେ ଲାଗିଛି ଗୋଦାବରୀ ନଦୀର ଜଳସ୍ତର। ଫଳରେ ସୀମାନ୍ତ ମୋଟୁ ଠାରୁ ରାଞ୍ଚି ବିଜୟୱାଡ଼ା କରିଡର ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି। କୁଇଗୁର ବ୍ରିଜ଼ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ଉଭୟ କୂଳରେ ଶତାଧିକ ଗାଡି ଅଟକି ରହିଛି । ବନ୍ୟାଜଳରେ ବୁଡ଼ିଛି ସମଗ୍ର ଗାଁ । ଗାଁ ଲୋକେ ପ୍ରାଣ ବିକଳରେ ଛାତ ଉପରେ ଚଢ଼ିଲେଣି ତ କିଏ ଗଛ ଉପରେ ଚଢ଼ିଲାଣି । ତେବେ ଏପରି ଏକ ଦୃଶ୍ୟ ତେଲେଙ୍ଗାନାର ଖମ୍ମକ ଅଂଚଳରୁ ସାମ୍ନାକୁ ଆସିଛି ।

ଗୋଦାବରୀ ନଦୀର ଜଳସ୍ତର ୫୫ ଫୁଟକୁ ବୃଦ୍ଧି ପାଇଛି। ଆନ୍ଧ୍ରର ବାଦ୍ରାଦ୍ରି କତାଗୁଡ଼େମ ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛନ୍ତି ଜିଲ୍ଲାପାଳ । ବାଦ୍ରାଚେଲାମର କତାକଲୋନୀ, ଆୟାପା କଲୋନୀ, ଦୁମାଗୁଡେମ ବ୍ଲକର ଚୁନାମବାଟି ଏହି ସବୁ ଗାଁରୁ ୪୦୦ରୁ ଉର୍ଦ୍ଧ୍ଵ ଲୋକଙ୍କୁ ସ୍ଥାନାନ୍ତର କରିଛି ଆନ୍ଧ୍ର ପ୍ରଶାସନ । ଅନ୍ୟପଟେ ବନ୍ୟା ଓ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେର୍ଡ଼ ଅଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେପଟେ ମାଲକାନଗିରି ଠାରୁ ମୋଟୁ ସ୍ଥିତି ସ୍ୱାଭାବିକ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.