ରାଣି ପଣ୍ଡାଙ୍କ ମନ ଭାଙ୍ଗିଦେଲେ ପୁରୁଷ ବନ୍ଧୁ

୮ ବର୍ଷ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ଅଭିଯୋଗ କରିଛନ୍ତି । ଲିଭ୍-ଇନ ରେ ରହୁଥିଲେ ରାଣୀ ଓ ତାଙ୍କ ପୁରୁଷ ବନ୍ଧୁ ।

ଭୁବନେଶ୍ୱର (କେନ୍ୟୁଜ) : ଆଜି ଦିନ ତମାମ୍‌ ପୂରା ସରଗରମ ରହିଛି ରାଣି ପଣ୍ଡାଙ୍କ ଲଭ୍‌ ଷ୍ଟୋରୀର ଖବର । ଅଭିନେତ୍ରୀ ରାଣୀ ପଣ୍ଡା ରହିଥାଆନ୍ତି ସବୁବେଳେ ଚର୍ଚ୍ଚାରେ । ସେ ଯାତ୍ରା ପାଇଁ ହେଉ କିମ୍ବା ନିଜର ରୋକଠୋକ୍ ବୟାନ ପାଇଁ ହେଉ ଅବା ଅନ୍ୟମାନଙ୍କ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା କହିବାକୁ ପସନ୍ଦ କରନ୍ତି । କିନ୍ତୁ ଏବେ ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ପୁରୁଷ ବନ୍ଧୁଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ । ବିବାହ ପ୍ରଲୋଭନ ଦେଖାଇ ପ୍ରେମ ଓ ପ୍ରତାରଣା କିରିଥିବା ଅଭିଯୋଗ କରିଛନ୍ତି ରାଣୀ ପଣ୍ଡା । ୮ ବର୍ଷ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ଅଭିଯୋଗ କରିଛନ୍ତି । ଲିଭ୍-ଇନ ରେ ରହୁଥିଲେ ରାଣୀ ଓ ତାଙ୍କ ପୁରୁଷ ବନ୍ଧୁ । ପୁରୁଷ ବନ୍ଧୁ ବିବାହ କରୁଥିବା ଜାଣି ସେ ଥାନାରେ ଏତଲା ଦେଇଛନ୍ତି ।

ରାଣୀ ନିଜ ବ୍ୟକ୍ତିଗତ ଜୀବନର କିଛି ଅକୁହା କଥାକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ରାଣୀ କହିଛନ୍ତି, ପାଖାପାଖି ୮ ବର୍ଷ ହେଲା ମୁଁ ବହୁ କଷ୍ଟ ସହି ଆସୁଛି । ଏତେ ଭଲପାଇବାର ପରିଣାମ ମୋତେ ଏଇଆ ମିଳିଲା । ମୁଁ ନ୍ୟାୟ ଚାହୁଁଛି । ମୋର ମାନ୍‌ ଇଜ୍ଜତ ସବୁ ମାଟିରେ ମିଶି ଯାଇଛି । ତେଣୁ ସେ ପିଲା ଓ ତାଙ୍କର ପରିବାର ଲୋକ ସମସ୍ତେ ଆସିବା ଦରକାର । ପୁରୁଷ ବନ୍ଧୁ ଓ ତାଙ୍କ ବାପା ଆସିବା ଦରକାର । ସେମାନେ ଆସି ମୋ ସହିତ ଆଲୋଚନା କରିବା ଦରକାର । ତାଙ୍କ ପୁଅର ଭୁଲ୍ କି ମୋର ଭୁଲ୍ ସେମାନେ ହିସାବ କରନ୍ତୁ । ମୋତେ ବାହାହେଲେ ତାଙ୍କର ପରିବାରର ଇଜ୍ଜତ ଚାଲିଯିବ ବୋଲି ତାଙ୍କ ପୁଅ ମୋତେ କହିଛି । ସେ ଯଦି ଏହା ପୂର୍ବରୁ ଜାଣିଥିଲେ ତେବେ ମୋ ସହିତ ବର୍ଷ ବର୍ଷ ଧରି କାହିଁକି ସମ୍ପର୍କରେ ରହିଥିଲେ ବୋଲି ରାଣୀ ପ୍ରଶ୍ନ କରିଛନ୍ତି ।

ସେ ମୋତେ ବର୍ଷ ବର୍ଷ ଧରି ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ନିର୍ଯାତନା ଦେଇ ଶେଷ ମୁହୂର୍ତ୍ତରେ ମୋତେ ବର୍ବାଦ କରିଦେଲା । ମୁଁ ଏହି କଥା ସୋସିଆଲ ମିଡ଼ିଆରେ ଛାଡ଼ିବାରୁ ସେ ମୋତେ ନାନା ଧମକ ଚମକ ଦେବା ଆରମ୍ଭ କଲା । ତାଙ୍କର ନେତା ମନ୍ତ୍ରୀ ଅଛନ୍ତି, ମୁଁ ତାଙ୍କର କିଛି କରିପାରିବି ନାହିଁ ବୋଲି କହିଥିଲେ । ରାଣୀ ପଣ୍ଡା ମିଛ କହିବାକୁ ପସନ୍ଦ କରେନି । ମୁଁ ତାଙ୍କୁ କେତେ ଟଙ୍କା ସାହାଯ୍ୟ, ସହଯୋଗ କରିଥିଲି ସେକଥା କହିବାକୁ ଚାହୁଁନି । ତେଣୁ ଗଣମାଧ୍ୟମ, ଓଡ଼ିଶାବାସୀ ମୋତେ ସାହାଯ୍ୟ କରନ୍ତୁ । ସେ ମୋତେ ଯେଉଁ ଅପମାନ ଦେଇଛନ୍ତି, ଯେଉଁ ନିର୍ଯାତନା ଦେଇଛନ୍ତି ମୁଁ ତା’ର ନ୍ୟାୟ ଚାହୁଁଛି । ଏନେଇ ରାଣୀ ତାଙ୍କର ପୁରୁଷ ବନ୍ଧୁଙ୍କ ସମେତ ଅନ୍ୟ ୩ ଜଣଙ୍କ ନାମରେ ମଧ୍ୟ ମହିଳା ଥାନାରେ ଏତଲା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.