ବଲିଉଡର ଏହି ନୂଆ ଯୋଡିଙ୍କୁ ଏକାଠି ଦେଖିବାକୁ ମିଳିବ ବଡ ପରଦାରେ, ଜାଣନ୍ତୁ ଫିଲ୍ମର ନାମ

ଚଳିତ ବର୍ଷ ଦମ୍‌ଦାର ଫିଲ୍ମ ଏବଂ ୱେବ୍ ସିରିଜ୍ ବ୍ୟତୀତ ବଲିଉଡର କିଛି ନୂଆ କପଲ ମଧ୍ୟ ସିନେ ପରଦାରେ ଧମାକା କରିବାକୁ ଯାଉଛନ୍ତି । ଏହି ନୂଆ ଅନ୍-ସ୍କ୍ରିନ୍ କପଲ ସମସ୍ତେ ସେମାନଙ୍କର ଫ୍ରାଞ୍ଚାଇଜ୍ ଯୋଡି ସହିତ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଚଳିତ ବର୍ଷ ଦମ୍‌ଦାର ଫିଲ୍ମ ଏବଂ ୱେବ୍ ସିରିଜ୍ ବ୍ୟତୀତ ବଲିଉଡର କିଛି ନୂଆ କପଲ ମଧ୍ୟ ସିନେ ପରଦାରେ ଧମାକା କରିବାକୁ ଯାଉଛନ୍ତି । ଫିଲ୍ମ ‘ଡନ୍ ୩’ର ରଣବୀର ସିଂ ଏବଂ କିଆରା ଆଡଭାନୀଙ୍କ ଠାରୁ ବିକି କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ ଛାବା’ ପର୍ଯ୍ୟନ୍ତ ଏହି ତାରକାମାନେ ୨୦୨୪ ମସିହାରେ ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛନ୍ତି । ଏହି ନୂଆ ଅନ୍-ସ୍କ୍ରିନ୍ କପଲ ସମସ୍ତେ ସେମାନଙ୍କର ଫ୍ରାଞ୍ଚାଇଜ୍ ଯୋଡି ସହିତ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହା ସହ ଦର୍ଶକ ମଧ୍ୟ ଏହି କପଲଙ୍କ ଅନ୍‌ ସ୍କି୍ରିନ୍‌ ରୋମାନ୍ସ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ଏହି ବର୍ଷ କେଉଁ ସବୁ ନୂଆ ଯୋଡି ସିନେ ପରଦାରେ ଏକାଠି ଦେଖିବାକୁ ମିଳିବାକୁ ଯାଉଛନ୍ତି ।

ରଣବୀର ସିଂ ଓ କିଆରା ଆଡଭାନୀ :
ଫିଲ୍ମ ‘ଡନ୍’ ଫ୍ରାଞ୍ଚାଇଜ୍ ର ତୃତୀୟ ଭାଗ ମଧ୍ୟ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ଗତ ବର୍ଷ ଅଗଷ୍ଟରେ ଫରହାନ୍ ଅଖତର ଫିଲ୍ମ ‘ଡନ୍’ ’ର ମୁଖ୍ୟ ଭୂମିକା ପାଇଁ ନିର୍ମାତାମାନେ ରଣବୀର ସିଂ ଓ କିଆରା ଆଡଭାନୀଙ୍କୁ ଚୟନ କରିଥିଲେ । ତେବେ ଏହି କପଲ ଖୁବ୍‌ ଶୀଘ୍ର ଏକାଠି ନଜର ଆସିବାକୁ ଯାଉଛନ୍ତି ।

ବରୁଣ ଧୱନ ଏବଂ କିର୍ତ୍ତୀ ସୁରେଶ :

ଦର୍ଶକ ବହୁତ ଦିନ ଧରି ଅପେକ୍ଷା କରିବା ପରେ ଚଳିତ ବର୍ଷ ଆରମ୍ଭରେ ବରୁଣ ଧୱନ ଏବଂ କିର୍ତ୍ତୀ ସୁରେଶ ଫିଲ୍ମ ‘ବେବି ଜନ୍’ର ଟିଜର ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ସାଉଥ୍‌ ଷ୍ଟାର କିର୍ତ୍ତୀ ସୁରେଶ ଏବଂ ବାମିକା ଗାବି ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ଏହି ଫିଲ୍ମର ଟିଜର ଦର୍ଶକଙ୍କ ମନ ଜିତିଥିଲା ।

କାର୍ତ୍ତିକ ଆର୍ଯ୍ୟନ ଏବଂ ଟ୍ରୁପ୍ଟି ଡିମ୍ରି :
ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆନିମଲ’ ରିଲିଜ୍ ହେବା ପରେ ବଲିଉଡ ଅଭିନେତ୍ରୀ ଟ୍ରୁପ୍ଟି ଡିମ୍ରିଙ୍କୁ ବହୁତ ସଫଳତା ମିଳିଛି । ଏହି ଫିଲ୍ମରେ ନଜର ଆସିବା ପରେ ସେ ତାଙ୍କ କ୍ୟାରିୟରେ ବହୁତ ସଫଳତା ହୋଇଛନ୍ତି । ଏବେ ଖୁବ୍ ଶୀଘ୍ର ସବୁଠାରୁ ଲୋକପ୍ରିୟ ଫିଲ୍ମ ‘ଭୁଲ ଭୁଲେୟା ’ ଫ୍ରାଞ୍ଚାଇଜ୍ ରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଆସୁଛନ୍ତି । ସେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଫିଲ୍ମ ‘ଭୁଲ ଭୁଲେୟା ୩’ ନଜର ଆସିବେ । ତେବେ ମୁଖ୍ୟ ଅଭିନେତ୍ରୀଙ୍କୁ ଚଳିତ ମାସ ଫେବୃଆରୀରେ ଏଥିପାଇଁ ଚୟନ କରାଯାଇଥିଲା

ବିକି କୌଶଲ ଏବଂ ରଶ୍ମିକା ମନ୍ଦାନା :
ଏହି ଲିଷ୍ଟରେ ଅନ୍ୟ ଏକ ଯୋଡିର ନାମ ଅନ୍ତର୍ଭୂକ୍ତ ହୋଇଛି । ସେ ହେଉଛନ୍ତି ବିକି କୌଶଲ ଏବଂ ରଶ୍ମିକା ମନ୍ଦାନା । ଲକ୍ଷ୍ମଣ ଉଟେକରଙ୍କ ନିର୍ଦ୍ଦେଶିତ ଐତିହାସିକ ପିରିୟଡ ଡ୍ରାମା ଫିଲ୍ମ ଛାବାରେ ନଜର ଆସିବାକୁ ଯାଉଛନ୍ତି । ତେବେ ଶିବାଜୀଙ୍କ ପୁଅ ଛତ୍ରପତି ସମ୍ୱାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମରେ ଭିକି ମୁଖ୍ୟ ଭୂମିକାରେ ନଜର ଆସିବେ ଏବଂ ରଶ୍ମିକା ତାଙ୍କ ସ୍ତ୍ରୀ ୟସୁବାଇଙ୍କ ଭୂମିକାରେ ନଜର ଆସିବେ ।

ବିକି କୌଶଲ ଏବଂ ଟ୍ରୁପ୍ଟି ଡିମ୍ରି :
ସେହିପରି ଭିକି କୌଶଲ ଏବଂ ଟ୍ରୁପ୍ଟି ଡିମ୍ରି ମଧ୍ୟ ଏକାଠି ସିନେ ପରଦାରେ ନଜର ଆସିବାକୁ ଯାଉଛନ୍ତି । ସେମାନେ ଏକ କମେଡି ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାର ନାମ ପୂର୍ବରୁ ଫିଲ୍ମ ‘ମେରେ ମେହବୁବ ମେରେ ସନମ ଥା’ କିନ୍ତୁ ପରେ ନିର୍ମାତାମାନେ ଏହାର ନାମ ପରିବର୍ତ୍ତନ କରିଥିଲେ ଯାହା ଯେଉଛି ବ୍ୟାଡ ନିଜ୍ୟୁ’ । ଏହି ଚଳଚ୍ଚିତ୍ରରେ ପଞ୍ଜାବୀ ସିଙ୍ଗର ଅର୍ଥାତ ଅଭିନେତା ଆମି ଭିର୍କ ମଧ୍ୟ ଅଭିନୟ କରିବେ । ଆନନ୍ଦ ତିୱାରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ନେହା ଧୁପିଆ ମଧ୍ୟ ଅଭିନୟ କରିବେ । ଏହା ସହ କରଣ ଜୋହରଙ୍କ ଧର୍ମ ପ୍ରଡକ୍ସନ୍ସ ନିର୍ମିତ ହେବ । ଏହା ଜୁଲାଇ ୧୯ରେ ମୁକ୍ତିଲାଭ କରିବ ।

ବିକ୍ରାନ୍ତ ମେସୀ ଏବଂ ରାଶି ଖାନ୍ନା :
ବଲିଉଡ ଅଭିନେତା ବିକ୍ରାନ୍ତ ମେସୀ ତାଙ୍କ ଫିଲ୍ମ ‘12th Fail’ ପରେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ତେବେ ଫିଲ୍ମ ‘ସାବରମତି ରିପୋର୍ଟ’ ରେ ବିକ୍ରାନ୍ତ ମାସେ ଏବଂ ରାଶି ଖାନ୍ନା ଏକାଠି ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମଟି ନିରୀହ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବ ଯେଉଁମାନେ ଦୁର୍ଭାଗ୍ୟରେ ଗୋଧରା ଟ୍ରେନ୍ ଘଟଣାରେ ପ୍ରାଣ ହରାଇଛନ୍ତି । ଏହି ଫିଲ୍ମଟି ମେ ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବ ।

ସାମନ୍ଥା ରୁଥ ପ୍ରଭୁ ଏବଂ ବରୁଣ ଧୱନ :
ୱେବ୍ ସୋ’ରେ ବରୁଣ ଧୱନ ଏବଂ ସାଉଥ୍‌ ଷ୍ଟାର ସାମନ୍ଥା ରୁଥ ପ୍ରଭୁଙ୍କୁ ଏକାଠି ଦେଖିବାକୁ ମିଳିବେ । ଏହି ଯୋଡି ଅପ୍‌କମିଂ ଭାରତୀୟ ଗୁପ୍ତଚର ଥ୍ରୀଲର ସିରିଜ୍‌ ‘ସିଟାଡେଲ: ହନି ବନି’ରେ ନଜର ଆସିବେ । ଏହି ସୋ ’ଇଣ୍ଟରନେଟରେ ବହୁତ ଗୁଜବ ସୃଷ୍ଟି କରିସାରିଛି । ଯଦିଓ ପ୍ରଶଂସକମାନେ ସୋ’ର ରିଲିଜ୍ ତାରିଖକୁ ଅପେକ୍ଷା କରିଛନ୍ତି । ଏହି ସିରିଜ୍‌ରେ କେ.କେ ମେନନ୍, ସିମ୍‌ରନ୍, ସାକିବ ସଲିମ, ସିକନ୍ଦର ଖେର ଏବଂ ସୋହମ୍ ମଜୁମଦାରଙ୍କ ପରି ଅଭିନେତାଙ୍କର ଏକ ପୁରା କାଷ୍ଟ ଦେଖିବାକୁ ମିଳିବ ।

ରାଜକୁମାର ରାଓ ଏବଂ ଆଲାୟା ଏଫ୍ :
ରାଜକୁମାର ରାଓ ‘ଶ୍ରୀକାନ୍ତ ବୋଲା’ ସହିତ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଯାଉଛନ୍ତି । ଏହା ବ୍ୟତୀତ ମୁଖ୍ୟ ଭୂମିକାରେ ଜ୍ୟୋତିକା ଏବଂ ଆଲାୟା ଏଫ୍ ଙ୍କ ଝଲକ ମଧ୍ୟ ଟିଜରରେ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ର ମେ ୧୦ ରେ ସିନେମା ହଲକୁ ଆସିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.