ଖରା ପାଇଁ ଆଉ ଯାତ୍ରୀ ହେବେନି ହଇରାଣ, ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ଚାଲିଲା ସମର ସ୍ପେଶାଲ ଟ୍ରେନ୍‌

କିଛି ଲୋକ ବିମାନ ଏବଂ ବସ ଯାତ୍ରା କରୁଥିବା ବେଳେ ଅନେକ ପରିବାର, ସାଙ୍ଗସାଥୀଙ୍କ ସହ ରେଳ ଯାତ୍ରା କରିଥାନ୍ତି । କାହିଁକିନା ରେଳଯାତ୍ରା ଶସ୍ତା ହେବା ସହିତ ଆରାମଦାୟକ ମଧ୍ୟ ।

ଏବେ ଚାରିଆଡେ ଅନୁଭୂତ ହେଉଛି ପ୍ରବଳ ଗରମ । ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ଏତେ ଗରମ ହେଉଛି ଯେ ଲୋକମାନେ ଏଥିରୁ କେମିତି ତ୍ରାହି ପାଇବେ ତାହା ବୁଦ୍ଧି ବାଟ ଦେଖାଯାଉନି । ଖାଲି କଣ ସେତିକି ଏଥିପାଇଁ ଲୋକମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ୁଛି । ଅଧିକାଂଶ ଲୋକମାନେ ଖରା ଦିନରେ ଛୁଟି କାଟିବା ପାଇଁ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥାନ୍ତି । କିଛି ଲୋକ ବିମାନ ଏବଂ ବସ ଯାତ୍ରା କରୁଥିବା ବେଳେ ଅନେକ ପରିବାର, ସାଙ୍ଗସାଥୀଙ୍କ ସହ ରେଳ ଯାତ୍ରା କରିଥାନ୍ତି । କାହିଁକିନା ରେଳଯାତ୍ରା ଶସ୍ତା ହେବା ସହିତ ଆରାମଦାୟକ ମଧ୍ୟ । ତେବେ ଏଭଳି ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ ବିଭିନ୍ନ ରୁଟରେ ସମର ସ୍ପେସାଲ ଟ୍ରେନର ସୁବିଧା ଉପହାର ଦେଇଛି । ଏହି ସମର ସ୍ପେସାଲ ଟ୍ରେନରେ ଚେନ୍ନାଇ ଏଗ୍ମୋର- ନାଗରକୋଇଲ ସେକ୍ଟର ମଧ୍ୟରେ ଚଳାଚଳ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ସ୍ପେସାଲ ଟ୍ରେନ୍ ବି ସାମିଲ ଅଛି । ତେବେ ଏହି ସବୁ ସ୍ପେସାଲ ଟ୍ରେନ୍ ସମୟ ଏବଂ ଷ୍ଟେସନ ବିଷୟରେ ଅଧିକ ବିବରଣୀ ପାଇଁ NTES ଆପ୍ ମଧ୍ୟ ବ୍ୟବହାର କରିପାରିବା ।

କେନ୍ଦ୍ର ରେଳବାଇ ପକ୍ଷରୁ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ମୁମ୍ବାଇ- କରୀମନଗର ମଧ୍ୟରେ ଥିବା ୧୬ଟି ଅତିରିକ୍ତ ସାପ୍ତାହିକ ସମର ସ୍ପେସାଲ ଟ୍ରେନ୍ ସେବା ଜାରି କରିବା ପାଇଁ ଘୋଷଣା କରିଛନ୍ତି । ଏହି ସମର ସ୍ପୋସାଲ ଟ୍ରେନ୍ ପାଇଁ ଏପ୍ରିଲ ୮ରୁ ସମସ୍ତ କମ୍ପ୍ୟୁଟରାଇଜ୍‌ଡ ରିଜର୍ଭେସନ ସେଣ୍ଟର ଏବଂ IRCTC ୱେବସାଇଟ୍ www.irctc.co.inରେ ଟିକେଟ ବୁକିଂ ଆରମ୍ଭ ହୋଇସାରିଛି । ତେବେ ଆସନ୍ତୁ ଜାଣିବା ଏହି ସବୁ ସ୍ପେସାଲ ଟ୍ରେନ୍ ବିଷୟରେ । ମୁମ୍ବାଇ- ବାରାଣାସୀ, ମୁମ୍ବାଇ- ଦାନାପୁର, ମୁମ୍ବାଇ- ସମସ୍ତିପୁର, ମୁମ୍ବାଇ- ପ୍ରୟାଗରାଜ ଏବଂ ମୁମ୍ବାଇ- ଗୋରଖପୁର ମଧ୍ୟରେ ୧୫୬ଟି ସମର ସ୍ପେସାଲ ଟ୍ରେନ୍ ଚଳାଚଳ କରାଯିବା ନେଇ କେନ୍ଦ୍ର ରେଳବାଇ ପକ୍ଷରୁ ନିଷ୍ପତ୍ତି ନଆଯାଇଛି । ଏହା ବ୍ୟତୀତ ଟ୍ରେନ୍ ସଂଖ୍ୟା ୦୧୦୫୩/୦୧୦୫୪ ଲୋକମାନ୍ୟ ତିଲକ ଟର୍ମିନସ- ବାରାଣାସୀ ସାପ୍ତାହିକ ସ୍ପେସାଲ ଟ୍ରେନ୍ ୨୬ଟି ଯାତ୍ରା କରିବ । ଟ୍ରେନ୍ ସଂଖ୍ୟା ୦୧୪୦୯/୦୧୪୧୦ ଲୋକମାନ୍ୟ ତିଲକ ଟର୍ମିନସ(ଏଲଟିଟି)- ଦାନାପୁର ବାଇ ସାପ୍ତାହିକ ସ୍ପେସାଲ ୫୨ଟି ଯାତ୍ରା କରିବ । ସେହିପରି ଟ୍ରେନ୍ ସଂଖ୍ୟା ୦୧୦୪୫/୧୦୧୪୬ା ଏଲଟିଟି- ପ୍ର୍ରୟାଗରାଜ ସୁପରଫାଷ୍ଟ ଏସି ସାପ୍ତାହିକ ସ୍ପେସାଲ, ଟ୍ରେନ୍ ସଂଖ୍ୟା ୦୧୦୪୩/୦୧୦୪୪ ଏଲଟିଟି- ସମସ୍ତିପୁର ସାପ୍ତାହିକ ସ୍ପେସାଲ ଏବଂ ଟ୍‌ାନ୍ ସଂଖ୍ୟା ୦୧୧୨୩/୦୧୧୨୪ ଏଲଟିଟି- ଗୋରଖପୁର ସାପ୍ତାହିକ ସ୍ପେସାଲ ୨୬ଟି ଯାତ୍ରା କରିବ ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପୂର୍ବ ରେଳବାଇ ପକ୍ଷରୁ ସିଆଲଦାହ- ଜଗ୍‌ଗି ରୋଡ୍ ମଧ୍ୟରେ ସମର ସ୍ପେସାଲ ଟ୍ରେନ୍ ଚଳାଚଳ କରାଯିବ । ଟ୍ରେନ୍ ସଂଖ୍ୟା ୦୩୧୦୫ ସିଆଲଦାହ- ଜଗ୍‌ଗି ରୋଡ୍ ଟ୍ରେନ୍ ୨୦୨୪ ଏପ୍ରିଲ ୧୨ରୁ ଜୁନ୍ ୨୮ ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାର ଚଳାଚଳ କରିବ । ଫେରନ୍ତା ସମୟରେ ଟ୍ରେନ୍ ସଂଖ୍ୟା ୦୩୧୦୬ ଜଗ୍‌ଗି ରୋଡରୁ ସିଆଲଦାହ ମଧ୍ୟରେ ଏପ୍ରିଲ ୧୩ରୁ ଜୁନ୍ ୨୯ ମଧ୍ୟରେ ଚଳାଚଳ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.