ଗାଧୋଇବା ବେଳେ ଭାସିଗଲେ ଦୁଇଜଣ 

ବିରୂପା ନଦୀରେ ଗାଧୋଇବା ବେଳେ ଭାସିଗଲେ ଦୁଇଜଣ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ପଠାଯାଇଛି ।

ଚୌଦ୍ଵାର : ବିରୂପା ନଦୀରେ ଗାଧୋଇବା ବେଳେ ଭାସିଗଲେ ଦୁଇଜଣ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ପଠାଯାଇଛି । ସେମାନେ ହେଲେ ଚୌଦ୍ଵାର ଖୋର୍ଦ୍ଧା ସାହିର କୃଷ୍ଣ ଚନ୍ଦ୍ର ସାହୁ (୨୦) ଓ ଅନ୍ୟ ଜଣେ ସେହି ସାହିର ମୟଙ୍କ ସାହୁ (୧୮) ।

ଦୁହେଁ ବିରୂପା ନଦୀରେ ଗାଧୋଇବା ବେଳେ ନଦୀ ସୁଅରେ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେମାନଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ଘଟଣାସ୍ଥଳରେ ଚୌଦ୍ଵାର ପୋଲିସ ପହଞ୍ଚି ସେମାନଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ପଠାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.