ଲୋକପ୍ରିୟ ବରିଷ୍ଠ ଅଭିନେତା ଅରୁଲମଣିଙ୍କ ହୃଦ୍‌ଘାତରେ ଦେହାନ୍ତ, ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ହୃଦ୍‌ଘାତ ଯୋଗୁ ସାଉଥ୍‌ର ଜଣେ ଲୋକପ୍ରିୟ ଅଭିନେତା ଅରୁଲମଣିଙ୍କ ୬୫ ବର୍ଷ ବୟସରେ ଦେହାନ୍ତ ହୋଇଛି ।

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ହୃଦ୍‌ଘାତ ଯୋଗୁ ସାଉଥ୍‌ର ଜଣେ ଲୋକପ୍ରିୟ ଅଭିନେତା ଅରୁଲମଣିଙ୍କ ୬୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ଚଳିତ ମାସରେ ହୃଦ୍‌ଘାତ ଯୋଗୁ ୪ ଜଣ କଳାକାରଙ୍କ ମୃତ୍ୟୁ ଫ୍ୟାନ୍‌ଙ୍କ ମହଲରେ ଦୁଃଖର ବାତାବରଣ ସୃଷ୍ଟି କରିଛି । କହି ରଖୁଛୁ ଯେ ତାମିଲ ସିନେମା ଇଣ୍ଡଷ୍ଟ୍ରୀରେ ହାର୍ଟ ଆଟାକ୍‌ରେ ୪ ଜଣ ସେଲିବ୍ରିଟିଙ୍କ ଲଗାତାର ମୃତ୍ୟୁ ଘଟିଛି ।

ନିକଟରେ ଲୋଲୁ ସବା ସେସୁ ଏବଂ ଭିଲେନ ଡାନିଏଲ ବାଲାଜୀଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ଗତକାଲି ଅଭିନେତା ତଥା ଏଆଇଏଡିଏମ୍‌କେର ଷ୍ଟାର ପ୍ରବକ୍ତା ଅରୁଲମଣିଙ୍କ ୬୫ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଛି, ଯଦ୍ଦ୍ଵାରା ତାମିଲ ଇଣ୍ଡଷ୍ଟ୍ରୀକୁ ବଡ଼ ଝଟ୍‌କା ଲାଗିଛି ।

ଅରୁଲମଣିଙ୍କୁ ଗତକାଲି ରାତିରେ ହଠାତ୍ ହୃଦଘାତ ଆସିଥିଲା । ଏହାପରେ ତାଙ୍କୁ ତୁରନ୍ତ ରୋୟାପେଟା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେ ଆଖି ବୁଜିଥିଲେ । ବରିଷ୍ଠ ଅଭିନେତାଙ୍କ ବିୟୋଗରେ ଦଳୀୟ ଲୋକମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସିନେମା ଅପେକ୍ଷା ରାଜନୀତିରେ ଅଧିକ ରୁଚି ରଖିଥିବା ଅରୁଲମଣି କିଛି ଦିନ ଧରି ଏଆଇଏଡିଏମ୍‌କେ ପାର୍ଟିର ପ୍ରଚାରରେ ବ୍ୟସ୍ତ ଥିଲେ । ଗତ ୧୦ ଦିନ ଧରି ସେ ଅନେକ ସହରରେ ପ୍ରଚାର କାର୍ଯ୍ୟରେ ନିୟୋଜିତ ଥିଲେ ।

ଗତକାଲି ସେ ଚେନ୍ନାଇରୁ ଫେରୁଥିବା ବେଳେ ହଠାତ୍ ତାଙ୍କୁ ହୃଦ୍‌ଘାତ ଆସିଥିଲା, ଯାହାପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ, ହେଲେ ସେଠାରେ ତାଙ୍କୁ ବଞ୍ଚାଯାଇପାରି ନ ଥିଲା । କହି ରଖୁଛୁ, ଅଭିନେତା ଅରୁଲମଣି ‘ଅଜଗି’, ‘ଥେଣ୍ଡ୍ରଲ୍’, ‘ଥଣ୍ଡାଭକୋନ୍’ ଏବଂ ଅନ୍ୟାନ୍ୟ ତାମିଲ ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରିଛନ୍ତି ।

ସୂଚନାଥାଉ କି, ଏହିପରି ଗତ ମାସରେ ହୃଦ୍‌ଘାତ ଯୋଗୁ ଅଭିନେତା ଡାନିଏଲ୍ ବାଲାଜୀଙ୍କର ୪୮ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ଏକ ମାସ ଭିତରେ ଚାରିଜଣ ତାମିଲ ଅଭିନେତାଙ୍କ ମୃତ୍ୟୁ ଫ୍ୟାନମାନଙ୍କ ମଧ୍ୟରେ ଦୁଃଖର ବାତାବରଣ ସୃଷ୍ଟି କରିଛି । ଅରୁଲମଣିଙ୍କ ବିୟୋଗରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ଏବଂ ବନ୍ଧୁମାନେ ଶୋକ ପ୍ରକାଶ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.