କଣ ଆପଣ କେବେ ଭାବିଛନ୍ତି ଯେତେବେଳେ ଶରୀରରୁ ଆତ୍ମା ବାହାରିକି ଯାଏ ସେତେବେଳେ କେମିତି ଅନୁଭବ ହୋଇଥାଏ

ମୃତ୍ୟୁ ପରେ କାହାର ଆଖି ତ କାହାର ପାଟି ଦେଇ ବାହାରିଥାଏ ଆତ୍ମା, ତେବେ ଆସନ୍ତୁ ଜାଣିବା ଶରୀରର ଆଉ କେଉଁ ସବୁ ଦ୍ୱାର ଦେଇ ଆତ୍ମା ଦେହତ୍ୟାଗ କରେ

ମୃତ୍ୟୁ, ଏକ ଏମିତି ଶବ୍ଦ ଯାହାର ନାଁ ଯିଏ ଶୁଣେ ସେ ଚିଇଁକି ଉଠେ । ଏହା ଶୁଣିବାକୁ ଭୟ ତ ଲାଗେ କିନ୍ତୁ ଏହା ନିରାଟ ସତ । ଯେ ଜୀବନ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ । ମୃତ୍ୟୁ କେତେବେଳେ କେଉଁଠି କେବେ କାହା ସାମ୍ନାକୁ ଯେ ଆସିପାରେ ଏହା ଭାବିଲେ ବି ଭୟ ଲାଗେ । ଆମ ପୁରାଣରେ ଲେଖାଅଛି ଯିଏ ଭଲ କାମ କରନ୍ତି ତାଙ୍କର ମୃତ୍ୟୁ ପରର ଯାତ୍ରା ସହଜ ହୋଇଥାଏ । କିନ୍ତୁ ଯେଉଁ ପାପୀ ଆତ୍ମା ହୋଇଥାଏ ତାଙ୍କ ମୃତ୍ୟୁ ପରର ଯାତ୍ରା ବହୁତ ଭୟଙ୍କର ଓ ଯନ୍ତ୍ରଣାଦାୟକ ହୋଇଥାଏ । କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଯେତେବେଳେ ଶରୀରରୁ ଆତ୍ମା ବାହାରିକି ଯାଏ ସେତେବେଳେ କେମିତି ଅନୁଭବ ହୋଇଥାଏ । ଯେତେବେଳେ ମଣିଷ ମୃତ୍ୟୁର ଏକଦମ୍‌ ନିକଟତର ଥାଏ ଏବଂ ତୁଣ୍ଡରୁ ପ୍ରାଣ ଛାଡି ଛାଡି ଯାଏ ସେତେବେଳେ ଶରୀରକୁ କେତେ କଷ୍ଟ ହୋଇଥାଏ । ଏହାକୁ ନେଇ ଏକ କଥା ଗରୁଡ ପୁରାଣରେ ବର୍ଣ୍ଣିତ ରହିଛି ।

ଗରୁଡ ପୁରାଣରେ ବର୍ଣ୍ଣିତ କଥା ଅନୁଯାୟୀ ଦିନେ ଭଗବାନ ବିଷ୍ଣୁଙ୍କ ବାହନ ଗରୁଡ ତାଙ୍କୁ ପଚାରିଲେ ହେ ଭଗବାନ ମୁଁ ଜାଣିବାକୁ ଚାହୁଁଛି ମୃତ୍ୟୁ ପରେ ଆତ୍ମା କୁଆଡେ ଯାଇଥାଏ, କଣ ହୋଇଥାଏ ଆତ୍ମା ସହିତ । ଏବଂ ସେହି ଜୀବ ଆତ୍ମା କେତେ ଦିନରେ ଯମଲୋକରେ ପହଁଚିଥାଏ । ଏହା ଶୁଣି ଭଗବାନ ବିଷ୍ଣୁ କହିଲେ, ହେ ଗରୁଡ ଯେତେବେଳେ କୌଣସି ଜୀବର ମୃତ୍ୟୁ ହୁଏ ସେତେବେଳେ ତାର ଆତ୍ମା ୪୭ ଦିନ ପର୍ଯ୍ୟନ୍ତ ଚାରିଆଡେ ଘୂରି ବୁଲେ । ଏବଂ ଏହି ସମୟରେ ସେ ବିଭିନ୍ନ ପ୍ରକାର ଯନ୍ତ୍ରଣାକୁ ସହ୍ୟ କରି ସେ ଯମଲୋକରେ ପହଁଚିଥାଏ । ଏବଂ ଯେତେବେଳେ କୌଣସି ଜୀବର ମୃତ୍ୟୁ ନିକଟତର ହୋଇଥାଏ ସେତେବେଳେ ସର୍ବପ୍ରଥମେ ତାର ସ୍ୱର ଚାଲିଯାଏ ଏବଂ ଯେତେବେଳେ ଅନ୍ତିମ ସମୟ ଆସେ ସେତେବେଳେ ମରୁଥିବା ଲୋକଟିକୁ କିଛି ସମୟ ପାଇଁ ଦିବ୍ୟ ଦୃଷ୍ଟି ପ୍ରାପ୍ତ ହୁଏ । ଆଉ ଏହି ଦିବ୍ୟଦୃଷ୍ଟି ପାଇବା ପରେ ଉକ୍ତ ମଣିଷ ଏହି ସାରା ସଂସାରକୁ ଗୋଟେ ରୂପରେ ଦେଖିଥାଏ । ଏବଂ ଏହି ସମୟରେ ତାର ସବୁ ଇନ୍ଦ୍ରୀୟ ଗୁଡିକ ସ୍ଥିର ହୋଇଯାଏ ।

ତେବେ ଏହାକୁ ଯଦି ବିସ୍ଥାରିତ ଭାବେ ଆମେ ବୁଝିବା ତାହେଲେ କୁହାଯାଏ ଯେ ଯେଉଁ ସମୟରେ କାହାର ମୃତ୍ୟୁ ହେବାର ଥାଏ ସେ ସେତେବେଳେ ସେ ବହୁତ କହିବାକୁ ଚେଷ୍ଟା କରିଥାଏ କିନ୍ତୁ କହିପାରିନଥାଏ । ଏମିତି ବି କୁହାଯାଏ ଯେ ମୃତ୍ୟୁ ନିକଟତର ଥିଲେ ମଣିଷର କହିବା ଶୁଣିବା ଶକ୍ତି ସବୁ କମି କମି ଯାଏ । ଆଉ ସେହି ସମୟରେ ଶରୀରରୁ ଆତ୍ମା ବାହାରିଥାଏ ଯାହାକୁ ଯମଦୂତ ଧରି ଯମଲୋକକୁ ନେଇଥାଏ । କେବଳ ଏତିକି ନୁହେଁ ମରିବା ସମୟରେ ଆତ୍ମା ଶରୀରର ୯ଟି ଦ୍ୱାର ଦେଇ କେଉଁ ବାଟ ଦେଇ ବି ଶରୀରର ବାହାରିଯାଇଥାଏ । ଏବେ ଆପଣ ଭାବୁଥିବେ ସେହି ୯ ଦ୍ୱାର କେଉଁ କେଉଁଟା ଯେଉଁ ବାଟ ଦେଇ ଆତ୍ମା ଶରୀରରୁ ବାହାରକୁ ଚାଲିଯାଏ । ସେହି ୯ ଦ୍ୱାର ହେଉଛି ୨ଟି ଆଖି , ଦୁଇଟି କାନ, ଦୁଇଟି ନାକ, ପାଟି କିମ୍ବା ମଳଦ୍ୱାର ।

ଯିଏ କେବଳ ଜୀବନ କାଳ ଭିତରେ ନିଜ କଥା ଓ କେବଳ ନିଜ ପରିବାର କଥା ଭାବିଛି ଏବଂ ଦୁଃଖୀ ରଙ୍କୀଙ୍କୁ ଦାନ ଧର୍ମ କରିନାହିଁ, ଜୀବନ କାଳ ଭିତରେ କେବଳ ଟଙ୍କା ରୋଜଗାର କରିବାରେ ହିଁ ଲାଗିଛି ତାର ପ୍ରାଣ ମଳଦ୍ୱାର ଦେଇ ବାହାରିଥାଏ । କୁହାଯାଏ ଯେ ଏମାନେ ସେହି ଲୋକ ଯେଉଁମାନଙ୍କ ମନରେ କେବଳ ଖରାପ ଚିନ୍ତାଧାରା ଥାଏ, ସେମାନେ ଯେତେବେଳେ ଯମକୁ ଦେଖନ୍ତି ସେ ସେତେବଳେ ବହୁତ ଡରି ଯାଆନ୍ତି ଏବଂ ତାଙ୍କ ପ୍ରାଣ ଶରୀରର ତଳ ଆଡକୁ ଯିବାକୁ ଲାଗିଥାଏ । ଏହି ସମୟରେ ପ୍ରାଣ ବାୟୁ ରାସ୍ତା ବାଟ ଦେଇ ବାହାରକୁ ଚାଲି ଯାଇଥାଏ । ପ୍ରାଣ ବାୟୁ ସହିତ ଏକଦମ୍‌ ବହୁତ ଛୋଟ ଆକାରରେ ବାହାରକୁ ଚାଲିଯାଇଥାଏ । ଯାହାକୁ ଯମଦୂତ ରଶିରେ ଫାସ ପକାଇ ଯମଲୋକକୁ ନେଇଯାଇଥାଏ । ଏହିଭଳି ମୃତ୍ୟୁ ପାପୀ ବ୍ୟକ୍ତିର ହୋଇଥାଏ ବୋଲି ଧରାଯାଏ ।

ସେହିଭଳି ଯେଉଁ ଲୋକମାନେ ଦୁନିଆର ମୋହମାୟାରେ ଫସିକି ରୁହନ୍ତି ଏବଂ ତାଙ୍କ ଭିତରେ ବଞ୍ଚିବାର ଇଚ୍ଛା ବହୁତ ଥାଏ ଏବଂ ନିଜ ପରିବାର ପ୍ରତି ମୋହ ଅଧିକ ଥାଏ ସେଭଳି ବ୍ୟକ୍ତିଙ୍କ ପାଖକୁ ଯେତେବେଳେ ମୃତ୍ୟୁ ଆସେ ସେତେବେଳେ ପ୍ରଥମେ ତାଙ୍କ ଆଖି କାମ କରିବା ବନ୍ଦ କରିଦିଏ । ଏବଂ କାନକୁ ମଧ୍ୟ କିଛି ଶୁଭେନାହିଁ । ଏବଂ ସେ ଚାହିଁକି ବି କିଛି କହିପାରନ୍ତିନି କି କରିପାରନ୍ତନି । ଏମିତି ବ୍ୟକ୍ତି ପରିବାରପ୍ରତି ଥିବା ମୋହ କାରଣରୁ ନିଜ ପ୍ରାଣ ଛାଡିବାକୁ ଚାହିଁନଥାଏ । ଏହି ସମୟରେ ଯମଦୂତଙ୍କୁ ଆଖିରୁ ବଳପୂର୍ବକ ଭାବେ ଆଖିରୁ ପ୍ରାଣ ବାହାର କରିବାକୁ ପଡିଥାଏ । ଆଖି ଓଲଟି ପଡେ । ଏଭଳି ଲୋକଙ୍କ ବିଷୟରେ ଗରୁଡ ପୁରାଣରେ ବି କୁହାଯାଇଛି । ଯେ ଯେଉଁମାନେ ତାଙ୍କ ଜୀବନ କାଳ ଭିତରେ ଧର୍ମର ବାଟରେ ଚାଲନ୍ତି ସେମାନଙ୍କ ମୃତ୍ୟୁ ସମୟରେ ପ୍ରାଣ ଏପରି ଯାଇଥାଏ ।

ଆପଣ କେତେ ଥର ଦେଖିଥିବେ ମୃତ୍ୟୁ ସମୟରେ ଅନେକ ଲୋକଙ୍କର ମୁହଁ ବଙ୍କା ହୋଇଯାଏ । ତେବେ କୁହାଯାଏ ଯେ ଏମିତି ସେହିମାନଙ୍କ ସହିତ ହୋଇଥାଏ ଯେଉଁମାନଙ୍କ ପ୍ରାଣ ପାଟି ବାଟ ଦେଇ ଯାଇଥାଏ । ଏହାକୁ ବହୁତ ଶୁଭ ବୋଲି ଧରାଯାଏ । ଏଥିସହିତ ଏଭଳି ବ୍ୟକ୍ତିଙ୍କୁ ଯମଲୋକରେ କଷ୍ଟ ଯନ୍ତ୍ରଣା ଭୋଗିବାକୁ ପଡିନଥାଏ ।

ସେହିଭଳି ଶାସ୍ତ୍ରରେ ନାକରୁ ପ୍ରାଣ ବାହାରିବା ସମ୍ପର୍କରେ ବି କୁହାଯାଇଛି । ନାକ ବାଟ ଦେଇ ମୃତ୍ୟୁ ହେଲେ ଏଭଳି ମରଣକୁ ବହୁତ ଶୁଭ ବୋଲି କୁହାଯାଇଛି । ଗରୁଡ ପୁରାଣ ମୁତାବକ ଏମିତି ମୃତ୍ୟୁ ସେହିମାନଙ୍କର ହୋଇଥାଏ, ଯେଉଁମାନେ ନିଜ ପରିବାର ପ୍ରତି ସମସ୍ତ କର୍ତ୍ତବ୍ୟ କରିଥାନ୍ତି । ଏବଂ ମନକୁ ବୈରାଗୀ କରିଦେଇଥାନ୍ତି ।

ସେହିପରି ଯଦି ଆମେ ମୃତ୍ୟୁର କିଛି ସମୟ ପୂର୍ବ ସମୟ ବିଷୟରେ କଥା କହିବା ତାହେଲେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆତ୍ମା ଶରୀରରୁ ବାହାରି କିଛି ସମୟ ପାଇଁ ବେହୋସ୍‌ ଅବସ୍ଥାରେ ରହିଥାଏ । ଆତ୍ମାକୁ ଏମିତି ଲାଗିଥାଏ ଯେ ଯେମିତି ଯେ ବହୁତ କାମ କରି ଥକ୍କା ଅନୁଭବ କରୁଛି ଏବଂ ବହୁତ ଗଭୀର ନିଦ୍ରାରେ ଅଛି । ସେହିପରି କିଛି ସମୟ ପରେ ଏହି ଆତ୍ମା ଅଚେତରୁ ସଚେତ ହୋଇଯାଏ । ସେହିପରି ଏମିତି କୁହାଯାଏ ଯେ ଯେତେବେଳେ ଆତ୍ମା ଶରୀରରୁ ବାହାରକୁ ବାହାରିଥାଏ ସେତେବେଳେ ଆତ୍ମାକୁ କିଛି ସମୟ ପାଇଁ ଜଣାପଡିନଥାଏ ଯେ ସେ ଶରୀରରୁ ଅଲଗା ହୋଇଯାଇଛି ବୋଲି । ସେ ସେମିତି ବ୍ୟବହାର କରିଥାଏଯେମିତି ଶରୀରରେ ଥିଲାବେଳେ ସେ ବ୍ୟବହାର କରିଥାଏ । ଯେମିତିକି ଆତ୍ମା ନିଜ ପ୍ରିୟଜନଙ୍କୁ କହିବାକୁ ଲାଗିଲେ ବି ସେମାନେ ତାର କଥାକୁ ଶୁଣିପାରନ୍ତିନାହିଁ । ଯେଉଁକାରଣରୁ ଆତ୍ମାକୁ ବହୁତ ବ୍ୟସ୍ତ ଲାଗିଥାଏ ଏବଂ ସେ ଛଟପଟ ହୋଇଥାଏ । ସେ ବିବ୍ରତ ହୋଇ ନିଜ ପ୍ରିୟଜନଙ୍କୁ କିଛି କହିବାକୁ ତ ଚାହିଁଥାଏ କିନ୍ତୁ ତାର କଥା କାହା ପାଖକୁ ପହଁଚିପାରିନଥାଏ । ଏମିତି ଏଥିପାଇଁ ହୋଇଥାଏ କାରଣ ତାହା ଭୌତିକ ନୁହେଁ ଅଭୌତିକ ସ୍ୱର ଥାଏ । ଏବଂ ମଣିଷ କେବଳ ଭୌତିକ ଜିନିଷକୁ ହିଁ ଅନୁଭବ କରିପାରିଥାଏ ।

କେବଳ ଏତିକି ନୁହେଁ ଆତ୍ମା ନିଜ ପରିଜନଙ୍କୁ ନିଜ ମୃତ ଶରୀର ପାଖରେ କାନ୍ଦୁଥିବାର ଦେଖି ଦୁଃଖୀ ବି ହୋଇଥାଏ । ଏବଂ ନିଜେ ବି ସେମାନଙ୍କ ଦୁଃଖରେ ଦୁଃଖୀ ହୋଇ ବିବ୍ରତ ହୋଇଥାଏ କିନ୍ତୁ କିଛି କରିପାରିନଥାଏ । କେବଳ ଉପାୟଶୂନ୍ୟ ହୋଇ ନିଜ ପୂରା ଜୀବନରେ କରିଥିବା କାମକୁ ମନେ ପକାଇଥାଏ । ଏବଂ ସେ କରିଥିବା କାମ ପାଇଁ ଦୁଃଖୀ ହୋଇଥାଏ । ଯାହାପରେ ଯମଦୂତ ଆସି ଉକ୍ତ ଆତ୍ମାକୁ ନିଜ ସାଥିରେ ନେଇଯାଏ ଏବଂ ନିଜ କର୍ମ ଅନୁଯାୟୀ ତାକୁ ନେଇ ଯମମାର୍ଗରେ ଚାଲିଯାଆନ୍ତି ।

କୁହାଯାଏ ଯେ ମୃତ୍ୟୁ ପରେ ମଣିଷର ଆତ୍ମାକୁ ତାର କର୍ମ ଅନୁଯାୟୀ ସ୍ୱର୍ଗ କିମ୍ବା ନର୍କ ମିଳିଥାଏ । କୁହାଯାଏ ଯେ ମୃତ୍ୟୁ ପରେ ଯମଦୂତମାନେ ଆତ୍ମାକୁ ଯମଲୋକରେ କେବଳ ୨୪ ଘଣ୍ଟା ପାଇଁ ନେଇକି ଯାଆନ୍ତି । ଏବଂ ଏହି ୨୪ ଘଣ୍ଟାରେ ଉକ୍ତ ବ୍ୟକ୍ତି କରିଥିବା ସମସ୍ତ ପାପ ପୂଣ୍ୟର ହିସାବ କରାଯାଏ । ଏହାପରେ ତରାର ଆତ୍ମାକୁ ସେଇଠି ଛାଡି ଦିଆଯାଏ ଯେଉଁଠି ସେ ତାର ପ୍ରାଣ ତ୍ୟାଗ କରିଥାଏ । ଏବଂ ଆଗାମୀ ୧୩ ଦିନ ପର୍ଯ୍ୟନ୍ତ ଆତ୍ମା ସେଠାରେ ହିଁ ରହିଥାଏ ।ଏବଂ ୧୩ ଦିନ ପରେ ଯମଦୂତ ଆତ୍ମାକୁ ଯମଲୋକ ନେଇଯାଏ ଏବଂ ଏହି ମାର୍ଗ ଦେଇ ଗଲାବେଳେ ଜୀବାତ୍ମାକୁ ଅନେକ ପ୍ରକାର ବାଧାକୁ ସାମ୍ନା କରିବାକୁ ପଡିଥାଏ । ଭଲ ଆତ୍ମାକୁ ଏହି ମାର୍ଗରେ କୌଣସି ପ୍ରକାର ବାଧାର ପ୍ରଭାବ ପଡେନାହିଁ କିନ୍ତୁ ଖରାପ ଆତ୍ମା ବହୁତ କଠିନ ପରିସ୍ଥିତିକୁ ସାମ୍ନା କରିବାକୁ ପଡିଥାଏ । ସେହିପରି ହିନ୍ଦୁ ଧର୍ମରେ ଧରାଯାଏ ଯେ ମୃତ୍ୟୁର ୧୦ ଦିନ ପର୍ଯ୍ୟନ୍ତ ପିଣ୍ଡଦାନ ନିଶ୍ଚିତ କରାଯାଏ । କାହିଁକିନା ପିଣ୍ଡଦାନ ଦ୍ୱାରା ସୂକ୍ଷ୍ମ ଶରୀରକୁ ଚାଲିବାକୁ ଶକ୍ତି ମିଳିଥାଏ । ତେବେ ଏହା ଥିଲା ଗରୁଡ ପୁରାଣରେ ବର୍ଣ୍ଣିତ କଥା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.