ଏବେ ଚନ୍ଦ୍ରରେ ଚାଲିବ କାର, ନାସା ଦେଲା ବଡ ସୂଚନା

ଏବେ ଖୁବ ଶୀଘ୍ର ଚନ୍ଦ୍ରପୃଷ୍ଠରେ ଚାଲିବାକୁ ଯାଉଛି କାର । ଏହା ଶୁଣି ଆପଣଙ୍କୁ ଖୁବ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ସେହିଦିନ ଦୂର ନୁହେଁ ଯେବେ ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରେ ଯାତ୍ରା କରିବା ପାଇଁ କାରର ବ୍ୟବହାର କରିବେ । ସୂଚନା ଅନୁଯାୟୀ ଚନ୍ଦ୍ରପୃଷ୍ଠରେ ଅଧିକ ଦୂର ଯାତ୍ରା କରିବା ପାଇଁ ମହାକାଶଚାରୀଙ୍କ ପାଇଁ ଏବେ ଏକ ସ୍ୱତନ୍ତ୍ର କାର ତିଆରି କରୁଛି ନାସା ।

ବିଶ୍ୱ ଦରବାରରେ ଟେକ୍ନୋଲୋଜିର ଏଭଳି ଅଗ୍ରଗତି ଦେଖିବା ପରେ ଏବେ କୌଣସି ବି କାର୍ଯ୍ୟ ଅସମ୍ଭବ ମନେ ହେଉ ନାହିଁ । ଟେକ୍ନୋଲୋଜି ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଡିଭାଇସ ଲଞ୍ଚ ହେଉଛି । ଏବେ ଖୁବ ଶୀଘ୍ର ଚନ୍ଦ୍ରପୃଷ୍ଠରେ ଚାଲିବାକୁ ଯାଉଛି କାର । ଏହା ଶୁଣି ଆପଣଙ୍କୁ ଖୁବ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ସେହିଦିନ ଦୂର ନୁହେଁ ଯେବେ ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରେ ଯାତ୍ରା କରିବା ପାଇଁ କାରର ବ୍ୟବହାର କରିବେ । ସୂଚନା ଅନୁଯାୟୀ ଚନ୍ଦ୍ରପୃଷ୍ଠରେ ଅଧିକ ଦୂର ଯାତ୍ରା କରିବା ପାଇଁ ମହାକାଶଚାରୀଙ୍କ ପାଇଁ ଏବେ ଏକ ସ୍ୱତନ୍ତ୍ର କାର ତିଆରି କରୁଛି ନାସା ।

ତେବେ ଏହି କାର ତିଆରି ପାଇଁ ନାସା ୩ଟି କମ୍ପାନୀକୁ ଚୟନ କରିଛି । ଆମେରିକାର ସ୍ପେସ୍ ଏଜେନ୍ସି ନାସା ଲୁନାର ଟେରେନ୍ ଭେଇକିଲ୍‌ ଅର୍ଥାତ LTVର ବିକାଶ ପାଇଁ ତିନୋଟି କମ୍ପାନୀ – ଇଣ୍ଟୁଏଟିଭ୍ ମେସିନ୍, ଲୁନାର ଆଉଟପୋଷ୍ଟ ଏବଂ ଭେଣ୍ଟୁରି ଆଷ୍ଟ୍ରୋଲାବ୍‌କୁ ଚୟନ କରିଛି । ନାସା କହିଛି ଯେ ଚନ୍ଦ୍ର ଉପରେ ଏଜେନ୍ସିର ଆର୍ଟେମିସ୍ କ୍ୟାମ୍ପେନ ଏବଂ ମଙ୍ଗଳ ଗ୍ରହରେ ହ୍ୟୁମାନ ମିଶନ ପ୍ରସ୍ତୁତି ସମୟରେ ଏହି ଯାନ ସାଇଣ୍ଟିଫିକ୍ ରିସର୍ଚ୍ଚ କରିବାରେ ସାହାଯ୍ୟ କରିବ ।

ହ୍ୟୁଷ୍ଟନରେ ଥିବା ନାସାର ଜନସନ୍‌ ସ୍ପେସ୍ ସେଣ୍ଟରର ନିର୍ଦ୍ଦେଶକ ଭେନେସା ୱିସ୍ କହିଛନ୍ତି ଯେ ଆମେ ଚନ୍ଦ୍ରକୁ ଅନୁସନ୍ଧାନ କରିବା ପାଇଁ ଆର୍ଟେମିସ୍ ଜେନେରେସନ ଲୁନାର ଏକ୍ସପ୍ଲୋରେସନ୍ ଭେଇକିଲର ନିର୍ମାଣ କରିବାକୁ ଯାଉଛୁ । ଏହି ଯାନଗୁଡିକ ବ୍ୟବହାର କରି ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଅଧିକ ଦୂରତା ଯାଇ ଅଧିକ ଗବେଷଣା କରିବାକୁ ସମର୍ଥ ହେବେ । ଏହି ଯାନଗୁଡିକ ଆର୍ଟେମିସ୍ -୫ ମିଶନରେ ମହାକାଶଚାରୀଙ୍କ ସହିତ ଚନ୍ଦ୍ରକୁ ପଠାଯିବ । ୨୦୨୯ ମସିହାରେ ଏହି ମିଶନ୍‌ କାର୍ଯ୍ୟକାରୀ ହେବ ବୋଲି ଟାର୍ଗେଟ ରଖିଛି ନାସା ।

ୱିସ୍ କହିଛନ୍ତି ଯେ ଏହି ଭେଇକିଲ ଆମ ମହାକାଶଚାରୀଙ୍କ ଚନ୍ଦ୍ର ପୃଷ୍ଠକୁ ଚିହ୍ନଟ ଏବଂ ଏହାକୁ ଏକ୍ସପ୍ଲୋର କରିବାର କ୍ଷମତାକୁ ବହୁଗୁଣିତ କରିବ ଏବଂ କ୍ରୁ ମିଶନ ମଧ୍ୟରେ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ । ଆର୍ଟେମିସ୍ ଭି ସମୟରେ କ୍ରୁ ଅପରେସନ୍ ପାଇଁ LTV ବ୍ୟବହାର ଆରମ୍ଭ କରିବାକୁ ନାସା ଲକ୍ଷ୍ୟ ରଖିଛି । ଆର୍ଟେମିସ୍ ମିଶନ୍ ମଧ୍ୟରେ ଯେତେବେଳେ କ୍ରୁମାନେ ଚନ୍ଦ୍ରରେ ନଥିବେ, LTV ଆବଶ୍ୟକତା ଅନୁଯାୟୀ ନାସାର ବୈଜ୍ଞାନିକ ସପୋର୍ଟ ଭାବରେ ଦୂରଦୂରାନ୍ତରେ କାମ କରିବେ ।

ୱାଶିଂଟନ୍‌ର ନାସା ହେଡ କ୍ୱାଟର୍ସ ଚିଫ୍ ଏକ୍ସପ୍ଲୋରେସନ୍ ସାଇଣ୍ଟିଷ୍ଟ ଜ୍ୟାକବ ବ୍ଲିଚର୍ କହିଛନ୍ତି ଯେ ସେହି ସ୍ଥାନକୁ ଯାତ୍ରା କରିବା ପାଇଁ LTVର ବ୍ୟବହାର କରାଯିବ ଯେଉଁ ସ୍ଥାନକୁ ବୈଜ୍ଞାନିକମାନେ ପହଞ୍ଚି ପାରିବେ ନାହିଁ ଯାହାଦ୍ୱାରା ଅନୁସନ୍ଧାନ ଏବଂ ଆବିଷ୍କାର କରିବାର କ୍ଷମତା ବଢ଼ାଇବୁ । ଆର୍ଟେମିସ୍ ମାଧ୍ୟମରେ ନାସା ମହାକାଶଚାରୀଙ୍କୁ ଚନ୍ଦ୍ରକୁ ଏକ୍ସପ୍ଲୋର କରିବାକୁ ପଠାଇବ । ନାସା ଏହି ପଦକ୍ଷେପ ସେହି ସମୟରେ ନେଇଛି ଯେଉଁ ସମୟରେ ଚୀନ୍ ଏବଂ ଋଷ ଚନ୍ଦ୍ରଠାରୁ ମଙ୍ଗଳ ପର୍ଯ୍ୟନ୍ତ ସବୁକିଛି ଜିତିବା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ନିକଟରେ ଚୀନ୍ ଏହାର ଗୋଟିଏ ଯାନ ଚନ୍ଦ୍ରକୁ ପଠାଇଛି । ଏହାର ରୋଭର ଏବେ ବି ଚନ୍ଦ୍ର ପୃଷ୍ଠରେ ସକ୍ରିୟ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.