Below header

ଜମୁଛି ଖଣ୍ଡଗିରିରେ ଯାତ୍ରା: ଅଭିନୟରେ ଦର୍ଶକଙ୍କୁ କନ୍ଦାଉଛନ୍ତି ରାଣୀ

ଭୁବନେଶ୍ବର(କେନ୍ୟୁଜ୍): ଜମୁଛି ଖଣ୍ଡଗିରିରେ ଯାତ୍ରା। ଜଲଓ୍ଵା ଦେଖାଉଛନ୍ତି ବିଭିନ୍ନ ଅପେରା ପାର୍ଟି । ଧମାଲ କରୁଛନ୍ତି ରାଣୀ ପଣ୍ଡା । ଏଥର ଖଣ୍ଡଗିରିରେ ରାଣୀ ପଣ୍ଡାଙ୍କୁ ଆଇଟମ୍‌ ଡ୍ୟାନ୍ସର ନୁହେଁ ଲିଡ୍‌ ଅଭିନେତ୍ରୀ ଭାବରେ ଦେଖିବାକୁ ମିଳିଛି । ହଟିଛି ଆଇଟମ ଗର୍ଲର ଟାଗ୍‌ । ଅଭିନେତ୍ରୀ ଭାବେ ଦର୍ଶକଙ୍କୁ ହସାଉଛନ୍ତି ଓ କନ୍ଦାଉଛନ୍ତି ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା । ଦୁଇ ବର୍ଷ ପରେ ଖଣ୍ଡଗିରିକୁ ଫେରିଛନ୍ତି । ନିଜ ଜୀବନୀ କାହାଣୀକୁ ଯାତ୍ରାରେ ପ୍ରଦର୍ଶିତ କରିଛନ୍ତି ।

‘ଘୋଡ଼ା ହାତୀ ଗଣ୍ଡା ଗଣ୍ଡା ଏକା ଲଢିବ ରାଣୀ ପଣ୍ଡା ’ ଯାତ୍ରାରେ ବେଶ ଚମତ୍କାର ଅଭିନୟ କରି ଦର୍ଶକଙ୍କ ମନ ଜିଣିବାରେ ଲାଗିଛନ୍ତି ରାଣୀ । କେମିତି ଏକ ଛୋଟ ଗାଁରୁ ଆସି କଳା ଜଗତରେ ସଂଘର୍ଷ କରି ଶେଷରେ ସେ ବିବାଦୀୟ ହୋଇପଡିଛନ୍ତି ତାହା ଦେଖିଛନ୍ତି ଦର୍ଶକ । ଖଣ୍ଡଗିରିରେ ରାଣୀ ପଣ୍ଡାଙ୍କୁ ଦେଖିବା ପାଇଁ ଯାତ୍ରା ସ୍ୱର୍ଣ୍ଣ ମନ୍ଦିରରେ ଭିଡ ଲାଗୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.