ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି ‘ମେରା ଦିଲ୍‌ ୟେ ପୁକାରେ ଆଜା’ର କଓ୍ଵାଲି ଭର୍ସନ, ଏଥିରେ ମଧ୍ୟ ନଜର ଆସିଛନ୍ତି ଭାଇରଲ ଗାର୍ଲ ଆୟେଶା

ପୁଣି ଟ୍ରେଣ୍ଡ କଲା ‘ମେରା ଦିଲ୍‌ ୟେ ପୁକାରେ ଆଜା’ । ଏହି ଗୀତର କଓ୍ଵାଲି ଭର୍ସନ ଇଣ୍ଟରନେଟରେ ଭାଇରଲ ହେଉଛି । ଆଉ କଓ୍ଵାଲି ଭର୍ସନରେ ନଜର ଆସିଛନ୍ତି ଭାଇରଲ ଗାର୍ଲ ଆୟେଶା ।

ଗତ କିଛିଦିନ ତଳେ ସୋସିଆଲ ମିଡିଆରେ ‘ମେରା ଦିଲ୍‌ ୟେ ପୁକାରେ ଆଜା’ ଗୀତରେ ପାକିସ୍ତାନୀ ଯୁବତୀଙ୍କ ଡ୍ୟାନ୍ସ ଭାଇରଲ ହୋଇଥିଲା। ଏହି ଗୀତଟି ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାକୁ ମଧ୍ୟ ଲାଗିଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ରିଲ୍ସ ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ଏହି ଗୀତର କଓ୍ଵାଲି ଭର୍ସନ ଭାଇରଲ ହେବାରେ ଲାଗିଛି ।

ଏହି ଭିଡିଓକୁ କମର ସାଣ୍ଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ସେ ଜଣେ କଓ୍ଵାଲି ଗାୟକ । ସବୁବେଳେ ସୁଫି ଷ୍ଟାଇଲରେ କଓ୍ଵାଲି ଗାଇଥାନ୍ତି। ଆଉ ‘ମେରା ଦିଲ୍‌ ୟେ ପୁକାରା ଆଜା’ର କଓ୍ଵାଲି ଭର୍ସନ ଟ୍ରେଣ୍ଡ କରିବାରେ ଲାଗିଛି। ଏପର୍ଯ୍ୟନ୍ତ ଏହାକୁ ୨୯ ମିଲିୟନ ଲୋକେ ଦେଖିସାରିଲେଣି ।

ଦେଖନ୍ତୁ ଭିଡିଓ :

 

View this post on Instagram

 

A post shared by Qamar Raza Santoo (@qamarrazasantoo)

୧୯୫୪ ମସିହାରେ ଲତା ମଙ୍ଗେସକର ଗାଇଥିବା ଫିଲ୍ମ ‘ନାଗିନ’ର ଗୀତ ମେରା ଦିଲ୍‌ ୟେ ପୁକାରା ଗୀତ ଗାଇଥିଲେ । ଏହି ସଂଗୀତକୁ ରାଜିନ୍ଦର କୃଷ୍ଣ ଲେଖିଥିଲେ ଏବଂ ଫିଲ୍ମରେ ପ୍ରଦୀପ କୁମାରଙ୍କ ସହ ବୈଜୟନ୍ତି ମାଳା, ଜୀବନ ଓ ଇନ୍ଦ୍ରଜିତ ସିଂ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ଗୀତର ନୂଆ ଭର୍ଜନରେ ପାକିସ୍ତାନୀ ଝିଅ ଆୟେସାର ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଗୀତରେ ପାକିସ୍ତାନୀ ଯୁବତୀ ଆୟେଶା ମେହେନ୍ଦୀ ଉତ୍ସବରେ ଡ୍ୟାନ୍ସ କରିଥିଲେ। ଆଉ ଏହା ଭାଇରଲ ମଧ୍ୟ ହୋଇଥିଲା । ଆୟେଶା ଏହି ଗୀତର ରିମିକ୍ସ ଗୀତରେ ଡ୍ୟାନ୍ସ କରିଥିଲେ, ଯାହାପାଇଁ ଆୟେଶାଙ୍କ ଫ୍ୟାନ୍ସ ଓ ଫଲୋୟର୍ସ ବଢିଯାଇଥିଲେ । ଏବେ ଏହି ଗୀତର କଓ୍ଵାଲି ଭର୍ସନ ଭାଇରଲ ହେଉଛି । ଏହି କଓ୍ଵାଲି ଭର୍ସନରେ ଆୟେଶା ମଧ୍ୟ ନଜର ଆସିଛନ୍ତି ।

ସୂଚନାଯୋଗ୍ୟ, ଗତ ନଭେମ୍ବରରେ ପାକିସ୍ତାନୀ ଯୁବତୀ ଆୟେଶା ଏହି ଗୀତରେ ଡ୍ୟାନ୍ସ କରି ଭାଇରଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.