Below header

ଜବରଦସ୍ତ ଫିଚରର ସହ ଭାରତରେ ଲଞ୍ଚକଲା OnePlus Pad, ଯାଣାନ୍ତୁ କଣ ରହିଛି ଫିଚର

କେନ୍ୟୁଜ୍‌(ବ୍ୟୁରୋ): OnePlus ଲଭରଙ୍କ ପାଇଁ ଖୁସି ଖବର । OnePlus ପକ୍ଷରୁ OnePlus padକୁ ଭାରତରେ ରିଲିଜ କରାଯାଇଛି । OnePlus ଏହାର ପ୍ରଥମ ଟାବଲେଟରେ ପ୍ରିମିୟମ ଟାବଲେଟର ଅନୁଭୁତି ଦେବାକୁ ଯାଉଛି । ଏଥିରେ ଆପଣଙ୍କୁ ମିଡିଆଟେକ୍‌ ପ୍ରୋସେସର ମିଳିବ । ଏହାସହ ହାଇ ରିଫ୍ରେସ ରେଟ ଡିସପ୍ଲେ ରହିବ । ଏଥିସହିତ ଏହି ପ୍ରଡକ୍ଟରେ ଆପଣଙ୍କୁ ଏକ ଲଙ୍ଗ ଲାଷ୍ଟିଙ୍ଗ ବ୍ୟାଟେରୀ ମିଳିବାକୁ ଯାଉଛି ।

ଆସନ୍ତୁ ଜାଣିବା ଏହାର ଫିଚର ସବୁ । କୁହାଯାଉଛି କି OnePlus pad Oppo ଟାବଲେଟକୁ ରି ବ୍ରାଣ୍ଡେଡ କରାଯାଇଛି । ଯଦି ଆମେ ଏହାର ସ୍ପେସିଫିକେସନକୁ ଦେଖିବା ଏହା ମେଟାଲ ବଡ଼ିରେ ତିଆରି ହୋଇଛି । ଏହାର ଲାଣ୍ଡସ୍କେପ ଅରିଏନଣ୍ଟେସନରେ ଏକ ସାରକୁଲାର କ୍ୟାମେରା ରହିଛି । ଯାହା 8 ମେଗାପିକ୍ସେଲ ରହିଛି । ଏହି ଟାବଲେଟର ଥିକନେସ 6.54 ଏମଏମ ରହିଥିବା ବେଳେ ଏହାର ଓଜନ ୫୫୨ ଗ୍ରାମ ରହିଛି । ଏହା ହାଲୋ ଗ୍ରିନ କଲର ଭାରିଆଣ୍ଟରେ ବଜାରରେ ଉପଲବ୍ଧ ହେବ ।

ଏହାର 11.6 ଇଞ୍ଚ 2.8 k ଏଲସିଡି ଡିସପ୍ଲେ ରହିଛି । ଏହାର ରେସିଓ ରହିଛି 7:5 । ଏହାସହ ଏହାର ରିଫ୍ରେସ ରେଟ ରହିଛି 144 HZ । ଏହି ଡିସପ୍ଲେର ରିଜୋଲୁସନ ରହିବ 2800 × 2000 । ଏହାସହ 500 ନିଟସ ବ୍ରାଇଟନେସ ପାଇ ପାରିବେ ଆପଣ । ଏଥିରେ ଆପଣ HDR10+ ଓ ଡଲବି ଭିଜନ ସପୋର୍ଟ ପାଇ ପାରିବେ । ଏହାସହ ଏଥିରେ ଆପଣ 8 ମେଗାପିକ୍ସେଲର ସେଲଫି କ୍ୟାମେରା ପାଇ ପାରିବେ । ଯାହାକୁ ଆପଣ ଭିଡିଓ କଲ ପାଇଁ ବି ବ୍ୟବାହାର କରିପାରିବେ ।

ପ୍ରୋସେସର କଥା ଯଦି ଦେଖିବା ଏଥିରେ ଆପଣଙ୍କୁ MediaTek Dimensity 9000 ଚିପସେଟ ମିଳିବ । ଏଥିରେ ଆପଣଙ୍କୁ 12 ଜିବି LPDRR5 RAM ସହ 512 ଜିବିର ଷ୍ଟୋରେଜ ମିଳିବ । ଏଥିରେ ଆପଣଙ୍କୁ 9510 mAh ବ୍ୟାଟେରି ମିଳୁଥିବା ବେଳେ ଏଥିରେ 67 ଓ୍ଵାଟ ଫାଷ୍ଟ ଚାର୍ଜର ସପୋର୍ଟ ମିଳିବ । ଫଳରେ ଭଲ ଏକ ବ୍ୟାଟେରୀ ବ୍ୟାକଅପ୍‌ ମିଳି ପାରିବ । ଟାବଲେଟଟି OxygenOS ରେ ଚାଳିବ । Dolby Atmos ର ସପୋର୍ଟ ସହ ଏହା ଚାରୋଟି ସ୍ପିସ୍କର ସହ ଆସିବାକୁ ଯାଉଛି । ଏହାସହ ଏଥିରେ ଆପଣଙ୍କୁstylus ର ସପୋର୍ଟ ମିଳିବ । କହିବାକୁ ଗଲେ ଏଥିରେ ବହୁତ ଭଲ ଭଲ ଫିଚର ଆପଣ ପାଇ ପାରୁଛନ୍ତି । ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଥିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.