ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ ଜିଲ୍ ବାଇଡେନ କମଲା ହ୍ୟାରିସ୍ଙ୍କ ସ୍ୱାମୀଙ୍କ ଓଠକୁ ଦେଲେ ଚୁମ୍ବନ; ଭିଡିଓ ଭାଇରାଲ
ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ ଜିଲ୍ ବାଇଡେନ ଉପରାଷ୍ଟ୍ରପତି କମଲା ହ୍ୟାରିସ୍ଙ୍କ ସ୍ୱାମୀ ଡଗ୍ ଏମ୍ହାଫ୍ଙ୍କୁ କିସ୍ କରିଛନ୍ତି। ଜିଲ୍ଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହ୍ୟାରିସ୍ଙ୍କ ସ୍ୱାମୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ଜିଲ୍ ବାଇଡେନ୍ କମଲା ହ୍ୟାରିସ୍ଙ୍କ ସ୍ୱାମୀ ଡଗ୍ ଏମ୍ହାଫ୍ଙ୍କୁ କିସ୍ କରୁଥିବାର ନଜର ଆସୁଛନ୍ତି। ସୋସିଆଲ ମିଡିଆରେ ଲୋକେ ଏହି ଭିଡିଓ ସେୟାର କରି ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।
ବାସ୍ତବରେ, ରାଷ୍ଟ୍ରପତି ଜୋ ବାଇଡେନ୍ ମଙ୍ଗଳବାର କ୍ୟାପିଟାଲ ହିଲ୍ରେ ଷ୍ଟେଟ୍ ଅଫ୍ ଦ ୟୁନିୟନକୁ ସମ୍ବୋଧିତ କରିବା ପାଇଁ ପହଞ୍ଚିଥିଲେ। ଏହି ସମ୍ବୋଧନକୁ ଶୁଣିବା ପାଇଁ ବହୁତ ଲୋକ କାର୍ଯ୍ୟକ୍ରମସ୍ଥଳରେ ଉପସ୍ଥିତ ଥିଲେ। ଏଥିରେ ରାଷ୍ଟ୍ରପତିଙ୍କ ପତ୍ନୀ ଜିଲ୍ ବାଇଡେନ ଓ କମଲା ହ୍ୟାରିସ୍ଙ୍କ ସ୍ୱାମୀ ଡଗ୍ ଏମ୍ହାଫ୍ ବି ସାମିଲ ହୋଇଥିଲେ। ତେବେ ବାଇଡେନଙ୍କ ସମ୍ବୋଧନ ପୂର୍ବରୁ ଜିଲ୍ ବାଇଡେନ୍ ପହଞ୍ଚିଥିଲେ ଏବଂ ସେ ଡଗ୍ ଏମ୍ହାଫ୍ଙ୍କ ପାଖକୁ ଯାଇ ତାଙ୍କ ଓଠକୁ ଚୁମ୍ବନ ଦେଇଥିଲେ।
ଏହି ସମୟରେ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଜଣେ ୟୁଜର ଲେଖିଛନ୍ତି, ‘ଜିଲ୍ ବାଇଡେନ କମଲା ହ୍ୟାରିସ୍ଙ୍କ ସ୍ୱାମୀଙ୍କ ଓଠକୁ କିସ୍ କଲେ। କେବେ ଭାବି ସୁଦ୍ଧା ନ ଥିଲି’। ଅନ୍ୟ ଜଣେ ୟୁଜର ପଚାରିଛନ୍ତି ଯେ ‘କ’ଣ ଜିଲ୍ ବାଇଡେନ୍ କମଲା ହ୍ୟାରିସ୍ଙ୍କ ସ୍ୱାମୀଙ୍କୁ କିସ୍ କଲେ?’। ସେହିପରି ଆଉ ଜଣେ ଲେଖିଛନ୍ତି, ‘ଷ୍ଟେଟ୍ ଅଫ୍ ଦ ୟୁନିୟନର ସେକ୍ସି ପ୍ରାରମ୍ଭ’।
Did Jill Biden just kiss Kamala’s husband on the LIPS?! pic.twitter.com/KvrUxSI8Lu
— Benny Johnson (@bennyjohnson) February 8, 2023
କହି ରଖୁଛୁ, ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ରେ ବହୁମତ ହରାଇବା ପରେ ଜୋ ବାଇଡେନଙ୍କର ଏହା ପ୍ରଥମ ସମ୍ବୋଧନ ଥିଲା। ଏହି ସମୟରେ ବାଇଡେନ କହିଥିଲେ ଯେ କରୋନା ଏବଂ ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣ ସତ୍ତ୍ୱେ ଆମେରିକାର ଅର୍ଥବ୍ୟବସ୍ଥା ଉନ୍ନତି କରିବା ସ୍ଥିତିରେ ରହିଛି। ଏହା ଦୁନିଆର କୌଣସି ବି ଦେଶଠାରୁ ଭଲ ଅଛି।