Below header

ବୟସ କେବଳ ଏକ ସଂଖ୍ୟା, ପୋଲ ଉପରୁ ଡେଇଁ ନଦୀରେ ପହଁରୁଛନ୍ତି ୬୦ ବର୍ଷିଆ ମହିଳା

କେନ୍ୟୁଜ୍‌(ବ୍ୟୁରୋ): ଇଚ୍ଛା ଆଗରେ ବୟସ ହାର ମାନିଥାଏ । ଇଚ୍ଛାଶକ୍ତି ବଳରେ ଅନେକ ଦୁଃସାହାସିକ କାମକୁ ବି କରି ଦେଖାଇଥାନ୍ତି ବୟସ୍କ । ବୟସ କେବଳ ଏକ ସଂଖ୍ୟା ପାଲଟି ଯାଏ ତାଙ୍କ ସାମନାରେ । ଆଜି ଏପରି ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଜଣେ ବୃଦ୍ଧ ମହିଳା ପୋଲ ଉପରୁ ଡ଼େଇଁ ନଦୀରେ ପହଁରୁଛନ୍ତି । ମାନିବାକୁ ପଡ଼ିବ ତାଙ୍କ ସାହାସକୁ । ଏ ବୟସରେ ବି ସେ ଏପରି କିଛି କାରନାମା କରି ଦେଖାଇଛନ୍ତି । ଆପଣବି ଏହି ମହିଳାଙ୍କୁ ଦେଖି ପ୍ରଶଂସା ନକରି ରହି ପାରିବେନି । ଆପଣଙ୍କ ହାତ ଆପେ ଆପେ ତାଳି ମାରିବାକୁ ଲାଗିବ ।

ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଏବେ ଭାଇରାଲ ହୋଇଛି । ଏହାକୁ ଜଣେ ଆଇଏଏସ ଅଧିକାରୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ଦେଖା ଯାଉଛି କି ଜଣେ ବୟସ୍କ ମହିଳା ପୋଲ ଉପରୁ ନଦୀକୁ ଡ଼ିଆଁ ମାରୁଛନ୍ତି । ମହିଳା ଜଣକ ଶାଢୀ ପିନ୍ଧିଛନ୍ତି । ଶାଢୀର କାନିକୁ ନିଜ ଅଣ୍ଟାରେ ଖୋସି ବଡ଼ ସାହାସର ସହ ନଦୀ ଭିତରକୁ ଡ଼େଇ ପଡ଼ୁଛନ୍ତି । ଏହାପରେ ନଦୀର ଗଭୀର ପାଣିରେ ପହଁରୁଛନ୍ତି । ଏହି ଭିଡିଓଟି ତାମିଲନାଡ଼ୁର ଥମିରାବରାନୀ ନଦୀର ହୋଇଥିବା କୁହାଯାଉଛି । ଆଇଏଏସ ଅଧିକାରୀ ଜଣକ ଲେଖିଛନ୍ତି ମହିଳାଙ୍କୁ ନଦୀରେ ଏପରି ଭାବେ ପହଁରୁ ଥିବାର ଦେଖି ସେ ନିଜେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତାଙ୍କୁ କୁହାଯାଇଥିଲା କି ମହିଳା ଜଣକ ଏଥିରେ ପୁରା ନିପୁଣ ଅଟନ୍ତି । କାରଣ ସେ ଦୀର୍ଘଦିନରୁ ଏପରି କରି ଆସୁଛନ୍ତି । ସେ ପ୍ରତ୍ୟେକ ଦିନ ଏପରି ଉଚ୍ଚରୁ ଡ଼େଇଁକି ନଦୀରେ ଗାଧୋଇଥାନ୍ତି । ଏହା ଏକ ପ୍ରେରଣାଦାୟୀ ଭିଡିଓ ହୋଇଥିବା ଆଇଏଏସ ଅଧିକାରୀ ଜଣକ ଲେଖିଛନ୍ତି ।

ଏପରି ଏକ ଷ୍ଟଣ୍ଡ କରୁଥିବା ମହିଳାଙ୍କ ବୟସ ପ୍ରାୟ ୬୦ ବର୍ଷ । ବୟସର ଅପରାହ୍ନରେ ମହିଳାଙ୍କ ଏପରି ଷ୍ଟଣ୍ଡ ସମସ୍ତଙ୍କୁ ଆଚମ୍ବିତ କରି ରଖିଦେଉଛି । ମହିଳା ଜଣକ କିପରି ଏତେ ସାହାସ ଜୁଟାଇ ପାରୁଛନ୍ତି । ଏପଟେ ବୟସ ଗଡ଼ି ଯାଉଛି କିନ୍ତୁ ସେହି ସାହାସ ଏବେବି ଅଛି । ଭଳକି ଦେଖନ୍ତୁ ଏହି ଭିଡିଓକୁ ମହିଳା ଜଣକ ଶାଢୀକୁ ଅଣ୍ଟାରେ ଖୋସି ପୋଲ ଉପରକୁ ଚଢୁଛନ୍ତି । ଏହାପରେ ପୋଲକୁ ଡେଇଁ ପୋଲର ଆଗପଟେ ଛିଡ଼ା ହେଉଛନ୍ତି । ଏହାପରେ ନାକରେ ହାତକୁ ଚାପି ରଖିଛନ୍ତି । ଚାହୁଁଚାହୁଁ ଡ଼େଇଁ ପଡ଼ୁଛନ୍ତି ନଦୀ ଭିତରକୁ । ମୁଣ୍ଡକୁ ତଳକୁ କରି ଘୁରି ଘୁରି ନଦୀ ଗର୍ଭରେ ପାଦ ପକାଉଛନ୍ତି ଏହି ବୟସ୍କ ମହିଳା । ଏହାପରେ ପହଁରି ପହଁରି କୂଳକୁ ଆସୁଛନ୍ତି ମହିଳା ଜଣକ । ସତରେ ମାନିବାକୁ ପଡ଼ିବ ମହିଳାଙ୍କ ସାହାସକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.