ମାଟ୍ରିକ୍‌ରେ ପାସ୍‌ କରାଇ ଦେବାକୁ କହି ଦୁଷ୍କର୍ମ, ତାପରେ ବ୍ଲାକ୍‌ମେଲ୍‌

ଭଞ୍ଜନଗର (କେନ୍ୟୁଜ୍‌) : ମାଟ୍ରିକ୍ ପରୀକ୍ଷାରେ ପାସ୍ କରାଇ ଦେବାକୁ କହି ପ୍ରଲୋଭନ ଦେଖାଇଲା । ଏଥିରେ ମଧ୍ୟସ୍ଥି ସାଜିଲା ସଂପର୍କୀୟ ଭଉଣୀ । ତା’ପରେ ଫୋନ୍ କରି ସଂପୃକ୍ତ ଯୁବତୀକୁ ଡକାଇ ଲସିରେ ନିଶା ଦେଇ ଦୁଷ୍କର୍ମ କଲା । ଅଶ୍ଳୀଳ ଫଟୋ ଉଠାଇଲା । ସେଇ ଫଟୋକୁ ନେଇ ଆରମ୍ଭ ହେଲା ବ୍ଳାକମେଲ୍ । ବାରମ୍ବାର ଦୁଷ୍କର୍ମ କଲା ଦୁର୍ବ୍ୟତ୍ତ। ଶେଷରେ ଅଶ୍ଳୀଳ ଫଟୋକୁ ଭାଇରାଲ୍ କରିବାକୁ ଧମକ ଦେଲା । ଏଥିରେ ଅତିଷ୍ଠ ହୋଇ ଶେଷରେ ଥାନାର ଆଶ୍ରୟ ନେଇଛି ପୀଡ଼ିତା ଯୁବତୀ ଜଣକ ।

ଗଂଜାମ ଜିଲ୍ଲା ଆସିକା ଥାନାରେ ଏଭଳି ଏକ ସଂଗୀନ ଅଭିଯୋଗ ହେବା ପରେ ପୋଲିସ ତୁରନ୍ତ ଆରମ୍ଭ କଲା କାର୍ଯ୍ୟାନୁଷ୍ଠାନ । ଆସିକା ଅଞ୍ଚଳର କୈଳାସ ସାହୁ ନାମକ ସଂପୃକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.