ଭଦ୍ରକ : ବିବାହିତ ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ

ଭଦ୍ରକ : ବିବାହିତ ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଅଞ୍ଚଳରୁ । ଜଣେ ମହିଳା ନିଜ ପିଲାଙ୍କୁ ଧରି ବାପଘରୁ ଶାଶୂଘରକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି । ୨ଜଣ ଯୁବକ ମହିଳାଙ୍କୁ ରାସ୍ତାରୁ ଅପହରଣ କରିନେଇ ଏକ ପରିତ୍ୟକ୍ତ ଘରେ ରଖି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ସମୟରେ ପାଖରେ ଥିବା ଛୋଟ ଝିଅଟି କାନ୍ଦିବାରୁ ଗାଁ ଲୋକେ ଘଟଣା ସଂପର୍କରେ ଜାଣିପାରିଥିଲେ। ସଂପୃକ୍ତ ମହିଳାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.