ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ରିପୋର୍ଟ ପ୍ରଦାନ କରିଛନ୍ତି ଜଷ୍ଟିସ ରଘୁବୀର ଦାଶ କମିଶନ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାଶ କମିଶନ ରିପୋର୍ଟ ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କୁ ୩୨୪ ପୃଷ୍ଠା ସମ୍ବଳିତ ରିପୋର୍ଟ ପ୍ରଦାନ କରାଯାଇଛି । କମିଶନଙ୍କ ନିକଟରେ ୧୦ଟି ସତ୍ୟପାଠ ଦାଖଲ ହୋଇଥିଲା । ୫ଟି ସତ୍ୟପାଠ ଓ ୨ଜଣ ସାକ୍ଷ୍ୟଙ୍କୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଗୃହ ବିଭାଗ ଉପ-ସଚିବଙ୍କୁ କମିଶନଙ୍କ ସଚିବ ରିପୋର୍ଟ ପ୍ରଦାନ କରିଛନ୍ତି । ଡିସେମ୍ବର ୭ରେ କମିଶନଙ୍କ କାର‌୍ୟ୍ୟକାଳ ଶେଷ ହେଉଛି ।

ସେପଟେ ରିପୋର୍ଟରେ କଣ ରହିଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟର୍ମ ଅଫ୍‌ ରେଫରେନ୍ସ ଅନୁଯାୟୀ ଚାବି ହଜିବା ପରବର୍ତ୍ତୀ ଘଟଣାକ୍ରମ ଓ କେଉଁ ପରିସ୍ଥିତିରେ ଚାବି ହଜିଲା, ସେ ସଂପର୍କରେ କମିଶନ ତଦନ୍ତ କରିଛନ୍ତି । ଚାବି ହଜିବା ଘଟଣାରେ କେଉଁ ବ୍ୟକ୍ତି ଦାୟୀ, ଏବଂ ତାଙ୍କର ଭୂମିକା କ’ଣ ରହିଛି ସେ ନେଇ ମଧ୍ୟ ତଦନ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.