ରାଜଧାନୀରେ ଦୁଷ୍କର୍ମ ପୀଡିତାଙ୍କୁ ଛୁରାମାଡ଼, ଘଟଣା ପରେ ବୟାନ ବଦଳାଇଲେ ମହିଳା

ଭୁବନେଶ୍ୱର: ପ୍ରଥମେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ପୋଲିସ ଇନସ୍ପେକଟରଙ୍କ ବିରୋଧରେ ଦୁଷ୍କର୍ମ, ଗର୍ଭପାତ, ଠକେଇ ଅଭିଯୋଗ ଆଣିଲେ ମହିଳା । କିନ୍ତୁ ପରେ ବଦଳାଇ ଦେଇଛନ୍ତି ନିଜ ବୟାନ । ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ତାଙ୍କ ଉପରେ ଦୁଇଜଣ ଦୁବୃତ୍ତ ଛୁରା ମାଡ଼ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ମହିଳା । ମହିଳାଙ୍କ ଅନୁଯାୟୀ ଗତ ୧୭ ତାରିଖ ଡ଼ମଣା ଛକ ନିକଟରେ ଚାଲି ଚାଲି ଘରକୁ ଫେରୁଥିବା ସମୟରେ ଦୁଇ ଦୁବୃତ୍ତ ବାଇକରେ ଆସି ତାଙ୍କ ଉପରେ ଅଚାନକ ଛୁରାରେ ଆକ୍ରମଣ କରିଥିଲେ ।

ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ ହୋଇଛି । ସବୁଠୁ ଚାଞ୍ଚଲ୍ୟକର ହେଉଛି ପ୍ରଥମେ ମହିଳା ଜଣକ ପୋଲିସ ସବଇନ୍ସପେକ୍ଟରଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବେଳେ ଏବେ ନିଜ ବୟାନ ବଦଳାଇ ଦୁଇ ବାଇକ ଆରୋହୀଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ଏହି ଘଟଣାଟି ଘଟିବାରେ ସପ୍ତାହରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏଯାବତ କୌଣସି ସମାଧାନରେ ପହଂଚି ପାରିନି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.