ଜଗତସିଂହପୁର: ନାବାଳିକାକୁ ଅପହରଣ ଓ ଧର୍ଷଣ କରିବା ମାମଲାରେ ଆସାମୀ ରବୀନ୍ଦ୍ର ସାହୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୫ ହଜାର ଜରିମାନା
ରଘୁନାଥପୁର ଥାନା ୨୦୨୦ ମସିହାରେ ଏକ ନାବାଳିକାକୁ ଅପହରଣ ଓ ଧର୍ଷଣ କରିବା ଅଭିଯୋଗରେ ୧୪ ଜଣ ସାକ୍ଷୀଙ୍କ ବୟାନକୁ ନେଇ ଆସାମୀ ରବୀନ୍ଦ୍ର ସାହୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୫ ହଜାର ଜରିମାନା କରିଛନ୍ତି। ଜରିମନା ଅନାଦେୟ ହେଲେ ଆହୁରି ୧୧ ମାସ ଜେଲ ଭୋଗିବାକୁ ନିର୍ଦ୍ଦେଶ ହୋଇଛି।

ଜଗତସିଂହପୁର (କେନ୍ୟୁଜ୍): ଜଗତସିଂହପୁର ଜିଲ୍ଲା ପୋକ୍ସ କୋର୍ଟର ରାୟ ଘୋଷଣା । ରଘୁନାଥପୁର ଥାନା ୨୦୨୦ ମସିହାରେ ଏକ ନାବାଳିକାକୁ ଅପହରଣ ଓ ଧର୍ଷଣ କରିବା ଅଭିଯୋଗରେ ୧୪ ଜଣ ସାକ୍ଷୀଙ୍କ ବୟାନକୁ ନେଇ ଆସାମୀ ରବୀନ୍ଦ୍ର ସାହୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୫ ହଜାର ଜରିମାନା କରିଛନ୍ତି। ଜରିମନା ଅନାଦେୟ ହେଲେ ଆହୁରି ୧୧ ମାସ ଜେଲ ଭୋଗିବାକୁ ନିର୍ଦ୍ଦେଶ ହୋଇଛି।
ଏଥି ସହିତ ଆଇନସେବା ପ୍ରାଧିକରଣକୁ ପୀଡ଼ିତାକୁ ୭ ଲକ୍ଷ ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦ ମସିହାରେ ଆସାମୀ ପୀଡ଼ିତାକୁ ଏକ ପଡିଆରୁ ଏକ ଟାଟା ଏସିରେ ଉଠାଇ ନେଇ ଭୁବନେଶ୍ଵରରେ ରଖି ଧର୍ଷଣ କରିଥିଲା। ପରେ ପୀଡ଼ିତାର ମା ରଘୁନାଥପୁର ଥାନାରେ ଅଭିଯୋଗ କରିଥିଲେ। ଏହାର ବିଚାର କରି ଅଦାଲତ ଏହି ରାୟ ଶୁଣାଇଛନ୍ତି।