କିମ୍‌ସରେ ବିରଳ ଅସ୍ତ୍ରୋପଚାର, ୭ ବର୍ଷ ଶିଶୁର ଫୁସ୍‌ଫୁସ୍‌ରୁ ବାହାରିଲା କ୍ଷୀରଦାନ୍ତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନେସସ୍‌ କିମ୍‌ସରେ କରାଯାଇଛି ଏକ ବିରଳ ଅସ୍ତ୍ରୋପଚାର । ଜଣେ ୭ବର୍ଷ ଶିଶୁର ଫୁସ୍‌ଫୁସ୍‌ରେ ଅଟକି ରହିଥିବା କ୍ଷୀରଦାନ୍ତକୁ କିମ୍‌ସ ଡାକ୍ତରମାନେ ସଫଳତାର ସହ ବାହାର କରିଛନ୍ତି ।
ବାଲେଶ୍ୱର ଜିଲ୍ଲାର ସୋରୋ ଅଞ୍ଚଳରୁ ଆସିଥିବା ଏହି ଶିଶୁଟି ପାଟିରୁ ଅଜଣାତରେ କ୍ଷୀରଦାନ୍ତଟି ବାହାରି ଯାଇ ଫୁସ୍‌ଫୁସ୍‌ରେ ଅଟକି ରହିଥିଲା । ଫଳରେ ଶ୍ୱାସ ପ୍ରଶ୍ୱାସ ନେବାରେ ଶିଶୁଟିକୁ ବହୁତ କଷ୍ଟ ହେଉଥିଲା । ଭୀଷଣ କଷ୍ଟ ହେବାରୁ ଶିଶୁଟି ହଠାତ୍ ନଦିରୁ ଉଠି ପଡ଼ିଥିଲା । ପିଲାର ଅଭିଭାବକମାନେ ବିଭିନ୍ନ ଡାକ୍ତରଖାନାରେ ପରାମର୍ଶ କରିଥିଲେ ମଧ୍ୟ କୌଣସି ସୁଫଳ ନପାଇ ଶେଷରେ କିମ୍ସରେ ପହଞ୍ଚିଥିଲେ । କିମ୍ସର କର୍ଣ୍ଣ-ନାସା-ଗଳା ବିଶେଷଜ୍ଞ ଡାକ୍ତର ଖଗେଶ୍ୱର ରାଉତ ଶିଶୁଟିର ପରୀକ୍ଷା କରି ଫୁସ୍ଫସ୍‌ ନିକଟରେ କିଛି ଗୋଟିଏ ଅଟକି ରହିଥିବା ଜାଣି ପାରିଥିଲେ । ଏହାପରେ ଡା. ରାଉତଙ୍କ ନେତୃତ୍ୱରେ କିମ୍ସର ଡାକ୍ତରୀଦଳ ଶିଶୁର ଅସ୍ତ୍ରୋପଚାର କରି କ୍ଷୀରଦାନ୍ତଟିକୁ ବାହାର କରିବାର ସଫଳ ହୋଇଥିଲେ ।

KIMS-4ରାଜ୍ୟର ସବୁଠାରେ ବର୍ତ୍ତମାନ କରୋନାର ଭୟ । ପୁଣି ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏସବୁ ଭିତରେ ଡାକ୍ତର ରାଉତ ଏବଂ ତାଙ୍କ ଟିମ୍‌ ଏଭଳି ଏକ ଜଟିଳ ସମସ୍ୟା ଖୁବ୍‌ ସହଜରେ ସମାଧାନ କରିଥିଲେ । ଡାକ୍ତରୀ ଦଳ ପିପିଇ
ପରିଧାନ କରି ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହୋଇଥିଲେ ।

KIMS-1

ଡାକ୍ତର ରାଉତଙ୍କୁ ଡାକ୍ତର ଗିଫ୍ଟି ଜାଚାରିଆସ ଓ ଡା. ରଚିତ ସହଯୋଗ କରିଥିବା ବେଳେ ଆନାସ୍ଥେସିଆ ବିଭାଗର ଡା. ଜଗଦ୍ଦୀଶ ଚନ୍ଦ୍ର ମିଶ୍ର, ଡା. ଅମିତ ପ୍ରଧାନ, ଡା. ଅମ୍ରିତା ଓ ଡା. ଅପର୍ଣ୍ଣା ଜୟରାଜ ସହଯୋଗ କରିଥିଲେ । ଅସ୍ତ୍ରୋପଚାର କରିଥିବା ସମସ୍ତ ଡାକ୍ତରୀ ଦଳକୁ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଧନ୍ୟବାଦ ଜଣାଇବା ସହ କରୋନା ସମୟରେ ଏହା କିମ୍ସରେ ଏକ ସାମାଜିକ ଦାୟିତ୍ୱବୋଧ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

KIMS-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.