Below header

କରୋନା ମୁକାବିଲା ପାଇଁ ପୁଣି ସାହାଯ୍ୟର ହାତ ବଢ଼ାଇଲେ ଦେଶୀ ଗାର୍ଲ ପ୍ରିୟଙ୍କା

କରୋନା ଭାଇରସ ଲଢେଇରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଲଗାତାର ଭାବେ ସାଧାରଣ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି । କେବେ ସେ ଅର୍ଥ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ତ କେବେ ବିଭିନ୍ନ ସୋସିଆଲ ମିଡ଼ିଆରେ ଲୋକଙ୍କୁ ସଚେତନ କରୁଥିବା ନଜର ଆସୁଛନ୍ତି । ଏବେ ପୁଣି ଥରେ ପ୍ରିୟଙ୍କା କରୋନା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱିଡ଼େନର କିଶୋରୀ ପରିବେଶବିଦ ଗ୍ରେଟା ଥନବର୍ଗ ଓ ୟୁନିସେଫ ସହ ହାତ ମିଶାଇ ପାଦ ଆଗକୁ କାଢିଛନ୍ତି । ଟ୍ୱିଟର ହ୍ୟାଣ୍ଡଲରେ ପ୍ରିୟଙ୍କା ନିଜେ ହିଁ ଏବାବଦରେ ସୂଚନା ଦେଇଛନ୍ତି । ସେ ଏହା

priyanka ମଧ୍ୟ ଲେଖିଛନ୍ତିକି, କରୋନା ଜନିତ ଘଟଣା ସବୁକୁ ତର୍ଜମା କଲେ ଜାଣି ହେବ ଯେ, ଏହି ମାରାତ୍ମକ ଭାଇରସର ପ୍ରଭାବ ସବୁଠୁ ଅଧିକ ଦୁର୍ବଳ ଶିଶୁଙ୍କ ଉପରେ ହିଁ ପଡୁଛି । ସେମାନଙ୍କୁ ଏବେ ଖାଦ୍ୟାଭାବ, ଖରାପ ସ୍ୱାସ୍ଥ୍ୟ ବ୍ୟବସ୍ଥା, ହିଂସା ଆଦି ଦେଇ ଗତି କରିବାକୁ ପଡୁଛି । ସେମାନଙ୍କ ସୁରକ୍ଷା କଥା ଚିନ୍ତା କରିବା ଏବେ ଆମ ଦାୟିତ୍ୱ । ପ୍ରିୟଙ୍କା ଏହା ସହ ନିଜ ଟ୍ୱିଟରେ ଏହା ମଧ୍ୟ ଲେଖିଛନ୍ତିକି, ୟୁନିସେଫ ତଥା ଗ୍ରେଟା ଥନବର୍ଗଙ୍କ ସହ ଏହି ଜରୁରୀ ସମୟରେ ଆପଣ ମାନେ ବି ସହଯୋଗ କରନ୍ତୁ । ଯଥା ସମ୍ଭବ ନିଜ ତରଫରୁ କିଛି ଦାନକରନ୍ତୁ ।

ପ୍ରିୟଙ୍କାଙ୍କ ଏହି ଟ୍ୱିଟରେ ତାଙ୍କ ଫଲୋର୍ଶ ମାନେ ବି ଅନେକ ସଂଖ୍ୟାରେ ନିଜ ନିଜ ପ୍ରତିକ୍ରିୟା ରଖୁଛନ୍ତି । କହି ରଖିବା ଉଚିତ ହେବକି, ପ୍ରିୟଙ୍କା ଓ ତାଙ୍କ ପତି ନିକ ପୂର୍ବରୁ ହିଁ ୧୫ ଟି ସଂଗଠନକୁ ଶ୍ରମିକ ମାନଙ୍କ ସହାୟତା ପାଇଁ ଅର୍ଥ ରାଶି ଦାନ କରି ସାରିଛନ୍ତି । ଏହାବାଦ ସେ ସ୍କୁଲ ଛାତ୍ର ଓ କରୋନା ସହ ଲଢ଼ୁଥିବା ମହିଳା ମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି । କିଛି ଦିନ ତଳେ ନିଜ ଜୀବନକୁ ଖାତିର ନକରି କେରଳ, ମହାରାଷ୍ଟ୍ର,ହରିୟାଣା ଓ କର୍ଣ୍ଣାଟକ ରାଜ୍ୟର ଚିକିତ୍ସକ ମାନଙ୍କୁ ୧୦ ହଜାର ଯୋଡ଼ା ଜୋତା ଦାନ କରିବେ ବୋଲି ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.