ଯାଜପୁର: ବାଉଁଶ ବୁଦା ମୂଳରୁ ଉଦ୍ଧାର ହେଲେ ଲାଉ ଡ଼ଙ୍କିଆ ସାପ ପରିବାର

ଯାଜପୁର(କେ ନ୍ୟୁଜ):  ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ଗ୍ରାମର ରାଜୀବ ଲୋଚନ ମଲ୍ଲିକଙ୍କ ଏକ ବାଉଁଶ ବୁଦା “ୟାସ ବାତ୍ୟା” ରେ ଉପୁଡି ପଡିଥିଲା । ଆଜି ସକାଳେ ସେଇ ବାଉଁଶ ବୁଦା କୁ ସଫା କରିବାକୁ ଯିବା ବେଳେ ଅନେକ ଗୁଡିଏ ଲାଉଡଙ୍କିଆ ସାପ ଦେଖି ଆଉ କେହି ଗଛ କାଟିବା ପାଇଁ ସାହସ କଲେ ନାହିଁ । ସ୍ନେକ ହେଲ୍ପ ଲାଇନ ସହାୟତା ଲୋଡ଼ାଗଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରମୋଦ କୁମାର ସାହୁ ନିଜର ସହଯୋଗୀ ଚିତ୍ତ ରଞ୍ଜନ ପଣ୍ଡାଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ବାଉଁଶ ବୁଦାରେ ଥିବା ସାପ ଗୁଡିକ ଏକ ମା ଲାଉଡଙ୍କିଆ ସାପ ଏବଂ ତା ଛୁଆ ବୋଲି ଚିହ୍ନଟ କରିଥିଲେ ।

ତେବେ ସାପ ଗୁଡିକ ଉଦ୍ଧାର କରିବା ଆରମ୍ଭ କରିବା ମାତ୍ରେ ଅନେକ ଛୁଆ ଉପୁଡିଥିବା ବାଉଁଶ ବୁଦାରୁ ପାଖରେ ଥିବା ଭଲ ବାଉଁଶ ଗଛକୁ ଚଢ଼ି ଯାଇଥିଲେ । ତେବେ ମା ଲାଉଡଙ୍କିଆ ଏବଂ ତାର ୪ଟି ଛୁଆଙ୍କୁ ଉଦ୍ଧାର କରିବାରେ ସ୍ନେକ ହେଲ୍ପ ଲାଇନ ଟିମ ସଫଳ ହେଇଥିଲା । ଲାଉଡଙ୍କିଆ ସାପ ସ୍ୱଳ୍ପ ବିଷଧାରୀ ହୋଇଥିଲେ ମଧ୍ୟ ମଣିଷଙ୍କ ପ୍ରତି କ୍ଷତିକାରକ ନୁହନ୍ତି ବୋଲି ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରମୋଦ ଗ୍ରାମ ବାସୀଙ୍କୁ ବୁଝେଇବା ପରେ ଯାଇ କାମ ଆରମ୍ଭ ହୋଇଥିଲା । ସାପ ଗୁଡିକୁ ଗ୍ରାମ ଠାରୁ ଦୂରରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଏକ ଗଛ ଉପରେ ଛାଡି ଦିଆ ଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.