Below header

କରୋନା ପାଇଁ ଆଉ ଭୟ ନାହିଁ : ଆନ୍ଧ୍ର ପ୍ରଦେଶରେ ପ୍ରସ୍ତୁତ ହେଲା ଆଶ୍ଚର୍ଯ୍ୟଜନକ ହର୍ବାଲ ମେଡିସିନ୍‌, ରାଜ୍ୟ ସରକାର ଦେଲେ ଗ୍ରୀନ୍‌ ସିଗ୍‌ନାଲ୍‌

କ୍ରୀଷ୍ଣାପାଟନମ୍‌ :  ଆନ୍ଧ୍ର ପ୍ରଦେଶର ଏକ ଗାଁରେ ଲୋକେ ପ୍ରସ୍ତୁତ କରିଛନ୍ତି କରୋନା ପାଇଁ ହର୍ବାଲ ମେଡିସିନ୍‌ । ଯାହାକୁ ନେଇ ଗାଁ ଲୋକଙ୍କ ମନରେ ତୁଟିଛି କରୋନା ଭୟ । ଏବେ ସମସ୍ତେ ଆନନ୍ଦରେ ସେହି ହର୍ବାଲ ମେଡ଼ିସିନ୍‌ ନେଇ କରୋନାକୁ ଫୁ କରିଛନ୍ତି । ସେହି ଗାଁରେ ଲୋକେ କେହି ଆଉ ମାସ୍କ ପିନ୍ଧୁନାହାଁନ୍ତି କିମ୍ବା କରୋନା ଟିକା ନେଉନାହାଁନ୍ତି । ଏହି ହର୍ବାଲ ମେଡିସିନ୍‌କୁ ଆନ୍ଧ୍ର ପ୍ରଦେଶ ଜଗନ୍‌ ରେଡ୍ଡି ସରକାର ମଧ୍ୟ ଗ୍ରୀନ୍‌ ସିଗ୍‌ନାଲ ଦେଇଛନ୍ତି ।

ଏହି ଔଷଧକୁ ସମୁହ ବଣ୍ଟନ ପାଇଁ  ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ଔଷଧକୁ ଆୟୁଷ୍‌ ଏକ୍ସପର୍ଟମାନେ ପରୀକ୍ଷା କରିସାରିଥିବା ମଧ୍ୟ ଜଣାଯାଇଛି । ଆଇସିଏମ୍‌ଆର (ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ) ନୂଆଦିଲ୍ଲୀ ଏହାର ଗବେଷଣା କରିବାକୁ ଯାଉଛି । ସବୁଠୁ ବଡ଼ କଥା ହେଲା ତିରୁପତି ମନ୍ଦିର ଟ୍ରଷ୍ଟ ଏହି ଔଷଧକୁ ପ୍ରସ୍ତୁତ କରିବା ସହ ବିତରଣ କରିବାକୁ ପ୍ରସ୍ତୁତ ହେଉଛି ।

corona herbal medicine
photo credit: theprint.in

ଏହି କରୋନା ଔଷଧକୁ ନେଇ ଗାଁ ଲୋକେ ଏତେ ଖୁସି ଯେ ସେମାନେ ଆଉ ମାସ୍କ ମଧ୍ୟ ପିନ୍ଧୁନାହାଁନ୍ତି । ଏହି ଗ୍ରାମବାସୀ କରୋନା ଟିକା ମଧ୍ୟ ନନେବାକୁ ଯୋଜନା କରୁଥିବା ଜଣାଯାଇଛି । ପୂର୍ବରୁ ଏହି ହର୍ବାଲ ଆଖି ଡ୍ରପ୍‌ ଯୋଗୁ ଅନେକ ସାଂଘାତିକ ସଂକମଣ ଥିବା କରୋନା ରୋଗୀ ମଧ୍ୟ ଭଲ ହୋଇଥିବାର ନଜିର ରହିଛି । ଏପ୍ରିଲ ମାସ ଆରମ୍ଭରେ ଏକ ହର୍ବାଲ ପେଷ୍ଟ ମଧ୍ୟ ସାଧାରଣ ସଂକ୍ରମଣ ଥିବା ଲୋକେ ଗ୍ରହଣ କରି କରୋନାରୁ ମୁକ୍ତି ପାଇଥିବା ଗାଁ ଲୋକେ ଦାବି କରନ୍ତି ।

ଏହି ଖବର ମିଳିବା ପରେ ଗତ ସପ୍ତାହରେ ଶହ ଶହ ଗାଡ଼ି ଓ ଆମ୍ଭୁଲାନ୍ସ ଉକ୍ତ ଗାଁକୁ ଛୁଟିଥିଲା । ଯାହାକୁ ନେଇ ସେଠାରେ ଟ୍ରାଫିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରି ନିକଟରେ ଥିବା ନେଲୋର ହସ୍‌ପିଟାଲର ରୋଗୀମାନେ ମଧ୍ୟ ଏହି ଔଷଧ ନେବାକୁ ଦାବି କରିଥିଲେ ବୋଲି ସହାୟକ ଜିଲ୍ଲାପାଳ କହିଛନ୍ତି ।

ଏହି ଔଷଧ ପାଇବାକୁ ଗାଁରେ ମାତ୍ରାଧିକ ଭିଡ଼ ହେବା ସହ କରୋନା ପ୍ରୋଟୋକଲ ବାଧାପ୍ରାପ୍ତ ହେବାରୁ ମଇ ମାସ ୨୧ ତାରିଖରେ ବନ୍ଦ କରିଦିଆଯାଇଥିଲା । ଏହି ଓଷଧକୁ ପ୍ରସ୍ତୁତ ଓ ବିତରଣ କରୁଥିବା ବଙ୍ଗି ଆନନ୍ଦିଆ ନାମକ ଜଣେ ଗାଉଁଲି  ବ୍ୟକ୍ତିକୁ ପୋଲିସ ତା’ର ହେପାଜତକୁ ନେଇଯାଇଛି । ତେବେ ଏହାକୁ ଏବେ ଆନ୍ଧ୍ର ସରକାର ବ୍ୟବହାର ଅନୁମତି ଦେଇଥିବାରୁ ଏହା ଉପରେ ଅଧିକ ଗବେଷଣା କରୁଛି ଆଇସିଏମଆର୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.