ଦେଖିନଥିବେ କେବେ ଏମିତି କଇଁଚ, ରଙ୍ଗ ଦେଖି ହୋଇଯିବେ ତାଜୁବ୍

କେନ୍ଯୁଜ୍: ରାଜଧାନୀ ଭୁବନେଶ୍ବରରୁ ୧୯୬ କି.ମି ଦୂର ଓଡିଶାର ବାଲେଶ୍ବର ଜିଲ୍ଲାର ଏକ ଗାଁରେ ଗତକାଲି ଏକ ଅଦ୍ଭୁତ ଜୀବ ଦେଖିବାକୁ ମିଳିଛି। ଉକ୍ତ ଗ୍ରାମରେ ଏକ ହଳଦିଆ ରଙ୍ଗର କଇଁଚ ଦେଖିବାକୁ ମିଳିଛି। ସୂଚନା ମୁତାବକ ଏହା ଏକ ଦୁଲ୍ଲର୍ଭ ପ୍ରଜାତିର କଇଁଚ। ଯାହା ସାଧାରଣତଃ ଦେଖାଯାଇନଥାଏ।

ରିପୋର୍ଟ ଅନୁଯାୟୀ ଗତକାଲି ବାଲେଶ୍ବର ଜିଲ୍ଲାର ସୁଜାନପୁର ଗ୍ରାମର ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା କଇଁଚଟିକୁ ଉଦ୍ଧାର କରାଯାଇଥିଲା। ଏହାପରେ ଗ୍ରାମବାସୀ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ, ଯାହାପରେ ଗ୍ରାମବାସୀ କଇଁଚଟିକୁ ବନବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.