ଗଞ୍ଜାମ ପୋଡମପେଟାରେ ବିରଳ ପ୍ରଜାତିର କଇଁଛ ଉଦ୍ଧାର, ଓଜନ ପାଖାପାଖି ୧୪୦ କିଲୋଗ୍ରାମ ହେବ

ଏହି ବିରଳ ପ୍ରଜାତିର କଇଁଛଟି ପ୍ରାୟ ଦୁଇ ଘଣ୍ଟା ଧରି ବେଳାଭୂମି ଉପରେ ଦେଖିବାକୁ ମିଳିଥିଲା । କଇଁଛର ଲମ୍ବ ଏକ ମିଟର ୪୫ ସେଣ୍ଟିମିଟର ।ଓଜନ ପ୍ରାୟ ୧୪୦ କିଲୋଗ୍ରାମ ହେବ ବୋଲି ଅନୁମାନ କରାଯାଇଛି।

ବ୍ରହ୍ମପୁର(କେନ୍ୟୁଜ୍):ଗଞ୍ଜାମ ଜିଲ୍ଲା ପୋଡମପେଟାରେ ବିରଳ ପ୍ରଜାତିର କଇଁଛ ଦେଖିବାକୁ ମିଳିଛି। ରାତିରେ ସମୁଦ୍ରର ନୀଳ ଜଳରାଶି ମଧ୍ୟରୁ ଗଞ୍ଜାମ ବ୍ଲକର ପୋଡ଼ାମପେଟା ବେଳାଭୂମିକୁ ଉଠିଆସିଥିଲା। ଏହି ବିରଳ ପ୍ରଜାତିର କଇଁଛଟି ପ୍ରାୟ ଦୁଇ ଘଣ୍ଟା ଧରି ବେଳାଭୂମି ଉପରେ ଦେଖିବାକୁ ମିଳିଥିଲା । କଇଁଛର ଲମ୍ବ ଏକ ମିଟର ୪୫ ସେଣ୍ଟିମିଟର ।

ଓଜନ ପ୍ରାୟ ୧୪୦ କିଲୋଗ୍ରାମ ହେବ ବୋଲି ଅନୁମାନ କରାଯାଇଛି। ଏହି ବିରଳ ପ୍ରଜାତିର କଇଁଛ ଲାକ୍ଷାଦୀପ, ଗୁଜରାଟର ଗଲଫ ଅଫ ମାନାର ପୋଷ୍ଟ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଓଡିଶାର ଋଷିକୁଲ୍ୟା ମୁହାଁଣରେ ପ୍ରଥମ ଥର ପାଇଁ ଏହି ବିରଳ ପ୍ରଜାତିର ଦ୍ୱିତୀୟ ସର୍ବ ବୃହତ ସାମୁଦ୍ରିକ କଇଁଛ ଦୃଶ୍ୟମାନ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.