Below header

ପୁରୀ ବେଳାଭୂମିରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ବାଲୁକା କଳା

ପୁରୀ(କେନ୍ୟୁଜ୍): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ବେଳାଭୂମିରେ ନିର୍ମାଣ ହୋଇଛି ବାଲୁକା କଳା । ବାଲିରେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ତିନି ରଥ ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ । ୧୫ ଫୁଟ୍‌ ଓସାର ବିଶିଷ୍ଟ ଏହି କଳାକୃତ୍ତିକୁ ନିର୍ମାଣ କରିବାକୁ ପ୍ରାୟ ୮ ଘଣ୍ଟା ସମୟ ଲାଗିଛି। ମହାପ୍ରଭୁଙ୍କ ଅପାର କରୁଣା ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ମହାପ୍ରଭୁଙ୍କୁ ଭିକ୍ଷା ମାଗିଛନ୍ତି ସେ । ବିଶ୍ୱରେ ହେଉଥିବା ଅନ୍ୟାୟ ଅନିତିରୁ ରକ୍ଷା କରି ଶାନ୍ତି, ମୈତ୍ରୀ ବିଶ୍ୱ ସ୍ଥାପନ କରିବାକୁ ପ୍ରଭୁଙ୍କ ନିକଟରେ ଗୁହାରୀ କରିଛନ୍ତି ମାନସ । ପୁରୀକୁ ବୁଲି ଆସୁଥିବା ଶ୍ରଦ୍ଧାଳୁ ବାଲୁକା କଳାକୁ ଦେଖି ବେସ୍‌ ଆନନ୍ଦ ଅନୁଭୂତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.