ଦିନକ ପରେ ଘୋଷଯାତ୍ରା, ନୀତି ନିର୍ଘଣ୍ଟ ଶେଷ

ପ୍ରାତଃ ୬ଟାରେ ମଙ୍ଗଳ ଆଳତି କରାଯିବ। ୬.୧୦ରେ ମଇଲମ, ୬.୩୦ ତଡ଼ପ ଲାଗି, ୬.୨୦ରେ ରୋଷ ହୋମ,  ୭.୦୦ରେ ଅବକାଶ, ୭.୧୦ରେ ସୂର୍ଯ୍ୟପୂଜା, ୭.୩୦ରେ ଦ୍ବାରପାଳ ପୂଜା, ୭.୩୦ରେ ବେଶ ଶେଷ, ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡି ଲାଗି) ସକାଳ ୮.୦୦ରୁ ୯.୦୦ , ରଥ ପ୍ରତିଷ୍ଠା ୯ ଟାରେ ।

ପୁରୀ(କେନ୍ୟୁଜ୍): ଆଉ ଦିନକ ପରେ ଘୋଷଯାତ୍ରା। ରତ୍ନବେଦୀ ଛାଡି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ। ଆଜି ଶେଷ ହେବ ମହାପ୍ରଭୁଙ୍କ ଅନବସର ଦିନ । ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଅପେକ୍ଷା କରି ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ସକାଳ ୮ଟାରୁ ପରମାଣିକ ଦର୍ଶନ ଚାଲିବ। ଆଜି ଅନବସରର ଅନ୍ତିମ ଦିନ ହୋଇଥିବା ବେଳେ ମହାପ୍ରଭୁଙ୍କ ବନକ ଲାଗି ନୀତି କରାଯିବ। ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ।

ଆସନ୍ତା ଜୁନ ୨୦ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା। ଏହାକୁ ସୁରୁଖୁରରେ ସମ୍ପନ୍ନ କରିବା ଲାଗି ଚଳିତବର୍ଷ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀତି ନିର୍ଘଣ୍ଟ ସରିଛି। ପ୍ରାତଃ ୬ଟାରେ ମଙ୍ଗଳ ଆଳତି କରାଯିବ। ୬.୧୦ରେ ମଇଲମ, ୬.୩୦ ତଡ଼ପ ଲାଗି, ୬.୨୦ରେ ରୋଷ ହୋମ,  ୭.୦୦ରେ ଅବକାଶ, ୭.୧୦ରେ ସୂର୍ଯ୍ୟପୂଜା, ୭.୩୦ରେ ଦ୍ବାରପାଳ ପୂଜା, ୭.୩୦ରେ ବେଶ ଶେଷ, ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡି ଲାଗି) ସକାଳ ୮.୦୦ରୁ ୯.୦୦ , ରଥ ପ୍ରତିଷ୍ଠା ୯ ଟାରେ ।

୯.୧୫ରେ  ମଙ୍ଗଳାର୍ପଣ, ୯.୩୦ରେ ପହଣ୍ଡି ଆରମ୍ଭ, ୧୨.୩୦ରେ ପହଣ୍ଡି ଶେଷ। ଶ୍ରୀ ଶ୍ରୀ ମଦନ ମୋହନ ବିଜେ ଓ ଶ୍ରୀଶ୍ରୀ ରାମ ଓ ଶ୍ରୀ ଶ୍ରୀ କ୍‌ଷ୍ଣ ବିଜେ ୧୨,୩୦ରୁ ୧,୦୦ ଟା ପର୍ଯ୍ୟନ୍ତ। ଚିତା ଲାଗି ୧ଟା ୩୦ରୁ ୨ଟା ପର୍ଯ୍ୟନ୍ତ। ବୋଶ ଶେଷ ୧.୩୦ରୁ ୨.୩୦ ପର୍ଯ୍ୟନ୍ତ। ଛେରା ପହଁରା ୨.୩୦ରୁ ୩.୩୦ ପର୍ଯ୍ୟନ୍ତ। ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା ୩ ରୁ ୪ଟା। ରଥଟଣା ଆରମ୍ଭ ଅପରାହ୍ନ ୪ଟା। ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ ।

 

ସେପଟେ ରଥଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତିନି ରଥର ନିର୍ମାଣ କାମ। ତିନି ରଥରେ କଳସ, ଓଲଟ ସୁଆ ସ୍ଥାପନ ପରେ ରଥ ଚାରିପାଖରେ ହଂସ ପଟା ବଡ଼ିଆ ଶେଷ ହୋଇ ଦୁଆର ବେଢାମାନଙ୍କରେ କନା ପଡିବା କାର୍ଯ୍ୟ ଆରମ୍ଭ କରାଯାଇଛି । ଆଜି ତିନିରଥ ଉପରେ ଠେକେରା ବାଡ଼ ବୁଲିବା କାର୍ଯ୍ୟ ଶେଷ ହେବ। ରଥ ସିଂହ ଦ୍ୱାରରେ ଲାଗିବା ପରେ ତିନି ସାରଥୀ ରଥ ଉପରକୁ ଉଠିବେ। ଚିତ୍ରକାର ସେବକ ମାନେ ତିନିରଥ ପ୍ରଭାରେ ରଙ୍ଗ କାର୍ଯ୍ୟର ଶେଷ ସ୍ପର୍ଶ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.