ରାୟଗଡ଼ା ଜିଲ୍ଲାରେ ପଡୋଶୀ ଆନ୍ଧ୍ରପ୍ରଦେଶର ସୀମାନ୍ତ ସିଲ୍‌ କଲା ପ୍ରଶାସନ, ଯାନବାହନ କଡାକଡି ଯାଞ୍ଚ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଜିଲ୍ଲା ପ୍ରଶାସନ ପଡୋଶୀ ଆନ୍ଧ୍ରପ୍ରଦେଶର ସୀମାନ୍ତ ସିଲ୍‌ କରିଛି । ଆନ୍ଧ୍ରପ୍ରଦେଶର ସୀମା ରାୟଗଡ଼ା ବ୍ଲକର କେରେଡା, ଗୁଣୁପୁର ବ୍ଲକର ବସନା, ରାମନଗୁଡା ବ୍ଲକର କାଟିକି ସୀମା ଯାଞ୍ଚ ପାଇ ରାୟଗଡ଼ା ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଚେକ୍‌ ପଏଣ୍ଟ ଗୁଡିକରେ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରାଯାଇଛି ।

ଆନ୍ଧ୍ରପ୍ରଦେଶରୁ ଆସୁଥିବା ଯାନବାହନକୁ କଡାକଡି ଯାଞ୍ଚ କରାଯାଉଛି । ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ଆରଟିପିସିଆର ରିପୋର୍ଟ ଓ ଟିକାକରଣ ରିପୋର୍ଟ ଯାଞ୍ଚ କରାଯାଉଛି । ଆବଶ୍ୟକ ପଡିଲେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ୭ ଦିନ ପାଇଁ ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.