ଆସିଲା ବଡ ଖବର, ପଇକାରୀ ପରେ ଏବେ ଖୁଚୁରା ମାର୍କେଟ୍‌କୁ ଆସିବ ଇ-ରୁପି

ଭୁବନେଶ୍ୱର (କେନ୍ୟୁଜ) : ଡିସେମ୍ବର ୧ରୁ ଡିଜିଟାଲ୍ ରୁପି । ପଇକାରୀ ପରେ ଏବେ ଖୁଚୁରା ମାର୍କେଟ୍‌କୁ ଆସିବ ଇ-ରୁପି । ଡିସେମ୍ବର ୧ ତାରିଖରୁ ପାଇଲଟ୍ ପ୍ରକଳ୍ପ ଭାବେ ଖୁଚୁରା ମାର୍କେଟ୍‌ରେ ଲଞ୍ଚ କରିବ । ନିର୍ଦ୍ଦିଷ୍ଟ ସ୍ଥାନରେ କ୍ଲୋଜ୍ ୟୁଜର ଗ୍ରୁପ୍‌ରେ ବ୍ୟବହାର ହେବ । ଇ-ରୁପି ଡିଜିଟାଲ ଟୁକନ ଭାବେ ଏହାକୁ ଇସୁ କରାଯିବ।

ପ୍ରଥମେ ଭୁବନେଶ୍ୱର, ମୁମ୍ବାଇ,ଦିଲ୍ଲୀ ଏବଂ ବେଙ୍ଗାଲୁରୁରୁ ଆରମ୍ଭ ହେବ । ପରେ ୯ଟି ସହରରେ ଏହା ଉପଲବ୍ଧ ହେବ । କେନ୍ଦ୍ରୀୟ ବ୍ୟାଙ୍କର ଇ-ରୁପି ସେଟଲମେଣ୍ଟ ଦ୍ୱାରା ଟ୍ରାଞ୍ଜାକସନ୍ ଖର୍ଚ୍ଚ କମିବ । ଏହା ଡିଜିଟାଲ୍ ଫର୍ମରେ ଷ୍ଟୋର ହେବ । ଏହାକୁ ପେପର କରେନ୍ସିରେ ବଦଳାଯାଇପାରିବ ।

ପ୍ରଥମ ପର୍ଯ୍ୟାୟରେ ପାଇକାରୀ ବର୍ଗରେ ଇ-ରୁପିର ପାଇଲଟ୍ ପରୀକ୍ଷଣ ହୋଇଛି । ଏହାକୁ ସରକାରୀ ସିକ୍ୟୁରିଟି ଟ୍ରାଞ୍ଜାକସନ୍ ପାଇଁ ବ୍ୟବହାର କରାଯାଇଛି । ଏହି ପାଇଲଟ୍ ପରୀକ୍ଷଣରେ ଅଂଶଗ୍ରହଣ କରିଥିଲେ ୯ଟି ବ୍ୟାଙ୍କ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.