ଆଉ ଏକ ରେକର୍ଡ ଅପେକ୍ଷାରେ ରେକର୍ଡମ୍ୟାନ୍‌ ମନୋଜ : ଏକା ସଙ୍ଗେ ପାଟିରେ ରଖିଲେ ୫୩୩ ଷ୍ଟ୍ର

ଗଞ୍ଜାମ : ପାଟିରେ ଏକା ସଙ୍ଗେ ୫୩୩ ଷ୍ଟ୍ର ରଖି ରେକର୍ଡ ସୃଷ୍ଟିର ଉଦ୍ୟମ । ପୂର୍ବରୁ ମୁମ୍ବାଇର ଗିନେସ ରିଷି ନାମକ ଜଣେ ବ୍ୟକ୍ତି ୪୯୬ଟି ଷ୍ଟ୍ରକୁ ୧୦ ସେକେଣ୍ଡ ରଖି ରେକର୍ଡ କରିଥିଲେ । ଏବେ ତାକୁ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି ମନୋଜ । କେବଳ ସେତିକି ନୁହେଁ ୪୦ଟି ଜଳନ୍ତା ମହମବତୀକୁ ୪୦ ସେକେଣ୍ଡ ପାଟିରେ ଧରି ରଖିପାରୁଛନ୍ତି । ଏହାସହ ଟୁଥପିକ୍‌କୁ ୪୨ଥର ପାଟି ଭିତରେ ବୁଲାଇ ରେକର୍ଡ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି ମନୋଜ ।

ପୂର୍ବରୁ ଗିନିଜ ବୁକ୍‌ ଅଫ ୱାର୍ଲଡ ରେକର୍ଡ ଓ ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାମ ସାମିଲ କରିବାରେ ସଫଳ ହୋଇଛନ୍ତି ମନୋଜ । ଏକ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ସେ ଏହି ରେକର୍ଡ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି । ଗଞ୍ଜାମ ଜିଲ୍ଲା ଭାବରଡା ଗାଁର ଭଗବାନ ଓ ଗୀତାଞ୍ଜଳିଙ୍କ ପୁଅ ମନୋଜ । ପୁଅକୁ ଏଭଳି ସଫଳତା ନେଇ ବାପାମାଆ ଗର୍ବିତ ।

ପୂର୍ବରୁ ରେକର୍ଡ ସୃଷ୍ଟି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି ମନୋଜ । ତାଙ୍କୁ ଆଗକୁ ଅଧିକରୁ ଅଧିକ ସଫଳତା ମିଳୁ ଏହା ହିଁ ଆମର କାମନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.