କ’ଣ ଆପଣଙ୍କୁ ଆସିଛି କି ମୋମୋର କଲ୍, ତେବେ ହୋଇଯାଆନ୍ତୁ ସାବଧାନ  

ଏବେ ଲୋକଙ୍କ ମନରେ ଆତଙ୍କ ଖେଳଉଛି ମୋମୋ ଗେମ୍। ଲୋକଙ୍କ ମଧ୍ୟରେ ବଢ଼ୁଥିବା ମୋବାଇଲ ଗେମର ଲୋକପ୍ରିୟତାକୁ ନଜରରେ ରଖି ଲୋକ ନାନାଧି ପ୍ରକାରର ଭୟଙ୍କର ମୃତ୍ୟୁ ଗେମ୍ ପ୍ରସ୍ତୁତ କରୁଛନ୍ତି। ଏହା ପୂର୍ବରୁ ମଧ୍ୟ ବ୍ଲୁ ହ୍ବିଲ ଗେମ ଅନେକ ଜୀବନ ନେବା ସହ ଲୋକଙ୍କ ମନରେ ଆତଙ୍କ ଖେଳାଇ ଦେଇଥିଲା। ଏବେ ମୋମୋ ଗେମ୍ ଖେଳି ଆମ ରାଜ୍ଯରେ ହିଁ ୨ ଜଣଙ୍କର ଜୀବନ ଯାଇସାରିଲାଣି। ତେବେ ଏନେଇ କମିଶନରେଟ ପୋଲିସ ସକୁର୍ଲାର ଜାରି ହୋଇସାଇଥିବା ପରେ ମଧ୍ୟ ଏହାର ଆତଙ୍କ କମ ହେଉନାହିଁ।

momo

ଏପରିକି ଲୋକଙ୍କ ପାଖକୁ ପୂର୍ବରୁ କେବଳ ମେସେଜ୍ ଯୋଗେ ଖେଳିବା ପାଇଁ ରିକ୍ଯୁଏଷ୍ଟ ଆସୁଥିବା ବେଳେ ଏବେ ମୋମୋ କଲ କରିବା ମଧ୍ୟ ଆରମ୍ଭ କରିଛି। ଆଜ୍ଞା ହଁ, ଏବେ ମୋମୋ ହ୍ବାଟ୍ସଆପ ଯୋଗେ ମେସେଜ୍ କରିବା ସହ ମେସେଜ୍ ରିପଲାଏ ଦେବାର ତୁରନ୍ତ ପରେ କଲ କରୁଛି । ଏହି କଲ ରିସିଭ କରିବା ମାତ୍ରେ ଆପଣ ଗେମ୍ ଖେଳିବାକୁ ବାଧ୍ୟ ହେବା ସହ ମରଣର ସମ୍ଭାବନା ମଧ୍ୟ ରହିଥାଏ।

ଏଣୁ ଆମର ଆପଣଙ୍କୁ ସବିନୟ ଅନୁରୋଧ ଦୟାକରି ଆପଣଙ୍କ ମୋବାଇଲକୁ ଏପରି କିଛି ମେସେଜ ଆସିଲେ ତୁରନ୍ତ ପୋଲିସକୁ ସୂଚନା ଦିଅନ୍ତୁ। କାରଣ ଏନେଇ ରାଜ୍ଯରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆମେ ଚାହୁଁଛୁ କି ଏନେଇ ଆପଣଙ୍କ ଉପରେ କୌଣସି ପ୍ରଭାବ ନପଡ଼ୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.