ଠିକ୍‌ ମାସକ ପରେ କଟକ ଐତିହାସିକ ବାଲିଯାତ୍ରା, ଆଜିଠାରୁ ପ୍ଲଟ୍‌ ଆବଣ୍ଟନ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ

କଟକ(କେନ୍ୟୁଜ): ଠିକ୍‌ ମାସକ ପରେ କଟକ ଐତିହାସିକ ବାଲିଯାତ୍ରା । ଆଜିଠାରୁ ପ୍ଲଟ୍‌ ଆବଣ୍ଟନ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପାଞ୍ଚ ହଜାର ଟଙ୍କା ପଇଠ କରି ଆବେଦନକାରୀ ଏହି ପଞ୍ଜିକରଣ କରିବେ । ଏହି ପ୍ରକ୍ରିୟା ଶେଷ ହେବା ପରେ ଆଗକୁ ବଢିବ ନିଲାମ ଅକ୍ସନ ପ୍ରକ୍ରିୟା।

ମୋଟ ୧୪ ଶହ ପ୍ଲଟ ଆବଣ୍ଟନ ପାଇଁ ପ୍ରକିୟା ଆରମ୍ଭ କରିଛି ପ୍ରଶାସନ। ପୁରୁଣା ବ୍ୟବସାୟୀଙ୍କୁ ପ୍ଲଟ ଆବଣ୍ଟନରେ ଗୁରୁତ୍ୱ ଦିଆଯାଉ ନାହିଁ ଓ ପଞ୍ଜିକରଣ ପାଇଁ ପୂର୍ବ ଅପେକ୍ଷା ବହୁ ଗୁଣ ଅଧିକ ଅର୍ଥ ଧାର୍ଯ୍ୟ କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ଆଶାୟୀ ବ୍ୟବସାୟୀ। ସମସ୍ତ ପ୍ରକ୍ରିୟାରେ ସ୍ୱଛତା ଅବଲମ୍ବନ କରାଯାଉଛି ବୋଲି କହିଛି ଜିଲ୍ଲା ପ୍ରଶାସନ । କୌଣସି କ୍ଷୁଦ୍ର ବ୍ୟବସାୟୀ ନିରାଶ ହେବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.