ପୋଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଦୁର୍ବୃତ୍ତ

ପୋଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଦୁର୍ବୃତ୍ତ । ଅଭିଯୁକ୍ତଙ୍କୁ ଗିରଫ କରି ଫେରିବା ବେଳେ ପୋଲିସ ଉପରେ ଆକ୍ରମଣ କରିଥିଲେ । ଵାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ଫାଣ୍ଡି ପୋଲିସ ଘାଟ ଅଞ୍ଚଳରେ ଏହି ଘଟଣା ଘଟିଛି ।

ପୋଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଦୁର୍ବୃତ୍ତ । ଅଭିଯୁକ୍ତଙ୍କୁ ଗିରଫ କରି ଫେରିବା ବେଳେ ପୋଲିସ ଉପରେ ଆକ୍ରମଣ କରିଥିଲେ । ଵାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ଫାଣ୍ଡି ପୋଲିସ ଘାଟ ଅଞ୍ଚଳରେ ଏହି ଘଟଣା ଘଟିଛି । ଅନନ୍ତପୁର ଫାଣ୍ଡି ପୋଲିସ ଜଣେ ଅଭିଯୁକ୍ତ ବଂଶୀଧର ମଲ୍ଲିକକୁ ବାଲିଛନ୍ଦା ଘାଟ ଘରୁ ଧରି ଅଟୋରେ ଫେରୁଥିଲେ ।

ଏତିକିବେଳେ ବାଟରେ ପୋଲିସକୁ ଆକ୍ରମଣ କରିଥିଲେ ଅଭିଯୁକ୍ତର ପରିବାର । ବଂଶୀଧରକୁ ଛଡ଼ାଇ ନେଇଥିଲେ । ଆକ୍ରମଣରେ ଅନନ୍ତପୁର ଫାଣ୍ଡି କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ସିଂଙ୍କ ହାତ ଭାଙ୍ଗିଛି । ଆକ୍ରମଣକାରୀ ଫାଣ୍ଡି ସବ୍ ଇନ୍ସପକ୍ଟର ଅଶୋକ ମହାନ୍ତିଙ୍କ ମୋବାଇଲକୁ ଛଡାଇ ନେଇଥିଲେ l

ଆହତ କନେଷ୍ଟବଳଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ସବ ଇନ୍ସପେକ୍ଟରଙ୍କ ମୋବାଇଲକୁ ସୋର ଥାନା ପୋଲିସ ଉଦ୍ଧାର କରିଛି l ଅଭିଯୁକ୍ତକୁ ଛଡାଇ ନେବା ଅଭିଯୋଗରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ସୋର ପୋଲିସ । ଅଭିଯୁକ୍ତ ଓ ପୋଲିସ ଉପରେ ଆକ୍ରମଣ କରିଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ତନାଘନା ତଦନ୍ତ ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.