ଭୟାବହ ଅଗ୍ନିକାଣ୍ଡ, ୨୫ ବଖରା ଘର ଜଳିପୋଡ଼ି ଛାରଖାର ହୋଇଗଲା

ଭୟାବହ ଅଗ୍ନିକାଣ୍ଡ। ଜଳିପୋଡ଼ି ଛାରଖାର ହୋଇଗଲା ୮ଟି ପରିବାରର ୨୫ ବଖରା ଘର। ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକ ଧାନକେରା ପଂଚାୟତର ନୂଆ ଗାଁରେ ଏହି ନିଆଁ ଲାଗିଛି।

ପିପିଲି : ଭୟାବହ ଅଗ୍ନିକାଣ୍ଡ। ଜଳିପୋଡ଼ି ଛାରଖାର ହୋଇଗଲା ୮ଟି ପରିବାରର ୨୫ ବଖରା ଘର। ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକ ଧାନକେରା ପଂଚାୟତର ନୂଆ ଗାଁରେ ଏହି ନିଆଁ ଲାଗିଛି।

ଖବର ପାଇ ଡେଲାଙ୍ଗ ଓ କଣାସ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।  ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଛି। ଗାଁର ପର୍ଶୁରାମ ଛାଟୋଇଙ୍କ ଘର ଆଗରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ସର୍ଟ ସର୍କିଟରୁ ନିଆଁ ଲାଗି କ୍ଷୀପ୍ର ଗତିରେ ଅନ୍ୟ ଘରକୁ ବ୍ୟାପିଯାଇଥିଲା।