‘ଟାଇଗର ୩’ ସୁଟିଂ ସେଟ୍‌ରୁ ଭାଇରାଲ ହେଲା କ୍ୟାଟ୍ରିନାଙ୍କ ଡ୍ୟାନ୍ସ ଭିଡିଓ, ଫ୍ୟାନ୍ସ କହିଲେ ମାସ୍ଅଲ୍ଲା..

ବଲିଉଡ ଭାଇଜାନ ସଲମାନ ଖାନ୍‌ଙ୍କ ଅପକମିଂ ଫିଲ୍ମ ‘ଟାଇଗର ୩’ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଫିଲ୍ମକୁ ନେଇ ଚର୍ଚ୍ଚା ସବୁ ସ୍ଥାନରେ ହେଉଥିବାବେଳେ, ଏବେ ସୁଟିଂ ସେଟରୁ ଏକ ଭିଡିଓ ଲିକ୍‌ ହୋଇଛି ।

ବଲିଉଡ ଭାଇଜାନ ସଲମାନ ଖାନ୍‌ଙ୍କ ଅପକମିଂ ଫିଲ୍ମ ‘ଟାଇଗର ୩’ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଫିଲ୍ମକୁ ନେଇ ଚର୍ଚ୍ଚା ସବୁ ସ୍ଥାନରେ ହେଉଥିବାବେଳେ, ଏବେ ସୁଟିଂ ସେଟରୁ ଏକ ଭିଡିଓ ଲିକ୍‌ ହୋଇଛି । ଫ୍ୟାନ୍ସ ସଲମାନ ଓ କ୍ୟାଟ୍ରିନାଙ୍କ ଫିଲ୍ମ ‘ଟାଇଗର ୩’ ସହିତ ଜଡିତ ସମସ୍ତ ଖବର ଉପରେ ନଜର ରଖିଛନ୍ତି । ଫିଲ୍ମକୁ ନେଇ କୌଣସି ପ୍ରକାରର ଭିଡିଓ ସାମ୍ନାକୁ ଆସିବା ମାତ୍ରକେ ତାହା ଖୁବ୍‌ ଶୀଘ୍ର ଭାଇରାଲ ହୋଇଥାଉଛି । ଏହି ପରିସ୍ଥିତିରେ ‘ଟାଇଗର ୩’ ସେଟ୍‌ରୁ ରେଡ୍ଡିଟ୍ ରେ ଏକ ଭିଡିଓ ଲିକ୍‌ ହୋଇଛି । ସେହି ଭିଡିଓରେ କ୍ୟାଟ୍ରିନା ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର୍ସଙ୍କ ସହ ଏକ ଗୀତ ସୁଟିଂ କରୁଥିବାର ନଜର ଆସୁଛନ୍ତି । ତେବେ ଭିଡିଓଟିକୁ ଦେଖି ‘ଏକ ଥା ଟାଇଗର’ ଫିଲ୍ମର ପ୍ରସିଦ୍ଧ ମାସ୍ଅଲ୍ଲା ମାସ୍ଅଲ୍ଲା ଗୀତ ମନେ ପଡିଯାଉଛି ।

ଭାଇରାଲ ହୋଇଥିବା ଭିଡିଓଟି ଦେଖିଲେ ଲାଗୁଛି, ଯେପରି ଫିଲ୍ମର ପ୍ରଥମ ଭାଗ ମାସ୍ଅଲ୍ଲା ଗୀତ ପରି ହୋଇଛି । ତେବେ ସେହି ଭିଡିଓରେ କ୍ୟାଟ୍ରିନାଙ୍କ ଡ୍ୟାନ୍ସ ମୁଭ ମଧ୍ୟ ଅଳ୍ପ ପରିମାଣରେ ଦେଖାଯାଉଛି । ହେଲେ ମଧ୍ୟ ଭିଡିଓରେ କ୍ୟାଟ୍ରିନାଙ୍କ ମୁହଁ ପୁରା ଦେଖାଯାଉନାହିଁ ।

ଏହା ସହ ଭିଡିଓଟି ଲିକ୍‌ ହେବା ମାତ୍ରକେ ଫ୍ୟାନ୍ସ ଅନୁମାନ କରିଥିଲେ ଯେ, ଏହା ‘ଟାଇଗର’ ଫ୍ରାଞ୍ଚଇଜ୍‌ର ତୃତୀୟ ଭାଗ ଗୀତ । ଯାହାକୁ ପୁଣି ଶୁଣିବାକୁ ମିଳିପାରେ । ଜଣେ ୟୁଜର୍ସ ଏହି ଭିଡିଓ ଦେଖି ପ୍ରତିକ୍ରିୟା ରଖିଛନ୍ତି କି ‘କ୍ୟାଟ୍ରିନା କ୍ୟାଫ୍‌ଙ୍କ ବ୍ୟତିତ ବେଷ୍ଟ କମ୍ବୋ କିଛି ନାହିଁ । ତେବେ ଏହି ଫିଲ୍ମ ରିଲିଜ ହେବା ଯାଏ ଦର୍ଶକେ ଆଉ ଅପେକ୍ଷା କରିପାରୁ ନାହାନ୍ତିଁ । ଭିଡିଓଟି ଦେଖିବା ପରେ ୟୁଜର୍ସ ଏହିପରି କମେଣ୍ଟ ଦେଉଛନ୍ତି ।

viral

‘ଟାଇଗର ୩’ କୁ ନେଇ ମେକର୍ସ ଏବଂ ଷ୍ଟାରଙ୍କର ଅନେକ ଆଶା ରହିଛି । ତେବେ ଫିଲ୍ମର ସୁଟିଂ ସେଟ୍‌ରେ ସୁରକ୍ଷାକୁ ବିଶେଷ ଧ୍ୟାନ ଦିଆଯାଇଛି । ହେଲେ ବି ଫିଲ୍ମ ସହିତ ଜଡିତ କିଛି ଭିଡିଓ ସୋସିଆଲ ମିଡିଆରେ ଲିକ୍‌ ହୋଇଯାଉଛି । କିଛି ଦିନ ପୂର୍ବରୁ ଏକ ଭିଡିଓ ଲିକ୍‌ ହୋଇଥିଲା । ଯେଉଁଥିରେ ସଲମାନ ଖାନ୍‌ ଓ ଶାହାରୁଖ୍‌ ଖାନ୍‌ ଏକା ସହିତ ନଜର ଆସିଥିଲେ । ତେବେ ଫ୍ୟାନ୍ସଙ୍କ ପାଇଁ ଏହା ଡବଲ ଧମାକା । ଦୁଇଜଣ ଷ୍ଟାର ଏକା ସହିତ ନଜର ଆସିବାକୁ ଯାଉଛନ୍ତି ।

ତେବେ ଭାଇଜାନଙ୍କ ଫ୍ୟାନ୍ସ ନିଶ୍ଚିତ ଭାବେ ଜାଣିଛନ୍ତି ଯେ ‘ଟାଇଗର ୩’ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିବ । ଏହା ସହ ଫ୍ୟାନ୍ସ ଫିଲ୍ମଟିକୁ ଦେଖିବା ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.