ପାଟନା-କୋଟା ଏକ୍ସପ୍ରେସରେ ୨ ଯାତ୍ରୀ ମୃତ, ୬ ଅସୁସ୍ଥ

ପାଟନା-କୋଟା ଏକ୍ସପ୍ରେସରେ ଯାତ୍ରା କରୁଥିବା ୯୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥ ଥିବା ଯାତ୍ରୀଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଯାତ୍ରୀଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ପୋଷ୍ଟମର୍ଟମ ପରେ ହିଁ ଏହା ସ୍ପଷ୍ଟ ହୋଇପାରିବ ।

ଟ୍ରେନରେ ଯାତ୍ରା କରୁଥିବା ସମୟରେ ଦୁଇ ଯାତ୍ରୀଙ୍କ ମୃତ୍ୟୁ । ଟ୍ରେନ ସହ ଜଡ଼ିତ ଏଭଳି ମାମଲା ବାରମ୍ବାର ଆସୁଛି । କେତେବେଳେ ଟ୍ରେନ ବଗି ଅଲଗା ହୋଇଯାଉଛି ତ କେତେବେଳେ ଟ୍ରେନ ଦୁର୍ଘଟଣା ଘଟୁଛି । ବେଳେେବେଳେ କେହି ନା କେହି ଟ୍ରେନ ଲାଇନରେ କଟିଯାଉଥିବାର ଖବର ମଧ୍ୟ ଆପଣମାନେ ଜାଣିଥିବେ । ତେବେ ଅଗଷ୍ଟ ୨୦ ତାରିଖ ଦିନ ଅର୍ଥାତ ରବିବାର ପାଟନା-କୋଟା ଏକ୍ସପ୍ରେସରେ ଯାତ୍ରା କରୁଥିବା ୯୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥ ଥିବା ଯାତ୍ରୀଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ତଦନ୍ତରେ ଯାତ୍ରୀଙ୍କ ମୃତ୍ୟୁର କାରଣ ଡିହାଇଡ୍ରେସନ୍ ବୋଲି କୁହାଯାଉଛି ।

ANI ରିପୋର୍ଟ ଅନୁଯାୟୀ ରେଳ ଆଗ୍ରା ଡିଭିଜନର ଆସିଷ୍ଟାଣ୍ଟ କମର୍ସିଆଲ୍ ମ୍ୟାନେଜର ବିରେନ୍ଦ୍ର ସିଂ କହିଛନ୍ତି ଯେ ପାଟନା କୋଟା ଏକ୍ସପ୍ରେସରୁ ଏହି ସୂଚନା ମିଳିଛି । ଏକ ଟିମ ଘଟଣାସ୍ଥଳକୁ ପଠାଯାଇଛି । ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଯାତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଡାକ୍ତରଙ୍କ କହିବାନୁସାରେ, ମୃତ୍ୟୁର କାରଣ ହେଉଛି ଡିହାଇଡ୍ରେସନ୍ ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ସମସ୍ତ ୯୦ ଜଣ ଯାତ୍ରୀ ଛତିଶଗଡର ରାୟପୁରରୁ କାଶୀ ଯାଇଥିଲେ ଏବଂ ସେଠାରୁ ପାଟନା-କୋଟା ଏକ୍ସପ୍ରେସ ଦ୍ୱାରା ମଥୁରା ଯାଉଥିଲେ। ଅସୁସ୍ଥ ହୋଇଥିବା ୬ ଜଣ ଯାତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କୁ ଆଗ୍ରା ରେଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଜଣେ ଗୁରୁତର ବ୍ୟକ୍ତି ଏସଏନ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ।

ଉତ୍ତର କେନ୍ଦ୍ରୀୟ ରେଳ ବିଭାଗର ଆଗ୍ରା ଡିଭିଜନର ଲୋକସମ୍ପର୍କ ଅଧିକାରୀ ପ୍ରଶାନ୍ତ ଶ୍ରୀବାସ୍ତବ କହିଛନ୍ତି, ରେଲେଓ୍ଵ ହେଲ୍ପଲାଇନ ନମ୍ବରରେ ଯାତ୍ରୀଙ୍କ ଅସୁସ୍ଥତା ସମ୍ପର୍କରେ ସୂଚନା ମିଳିଥିଲା । ସମସ୍ତେ ଏସି ବଗିରେ ଯାତ୍ରା କରୁଥିଲେ । ଅଗର କ୍ୟାଣ୍ଟ ରେଳ ଷ୍ଟେସନରେ ଡାକ୍ତରମାନେ ୬୨ ବର୍ଷ ବୟସ୍କା ମହିଳା ଏବଂ ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଥିଲେ । ସମାନ ଭାବେ ଅନ୍ୟ ୬ ଜଣ ଯାତ୍ରୀ ଚିକିତ୍ସିତ ହେଉଛନ୍ତି । ସେ କହିଛନ୍ତି ଯେ ଯାତ୍ରୀଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏହା ଫୁଡ୍‌ ପଏଜନିଙ୍ଗ କିମ୍ବା ଡିହାଇଡ୍ରେସନ୍ ପାଇଁ ହୋଇଥିବା ପଚରାଯିବାରୁ ଶ୍ରୀବାସ୍ତବ କହିଛନ୍ତି ଯେ ପୋଷ୍ଟମର୍ଟମ ପରେ ହିଁ ଏହା ସ୍ପଷ୍ଟ ହୋଇପାରିବ । ଏନେଇ କୌଣସି ଅଭିଯୋଗ ଗ୍ରହଣ କରାଯାଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.