ବାହାନଗା ରେଳ ଦୁର୍ଘଟଣା: ୩ ଅଭିଯୁକ୍ତଙ୍କ ସରିବ ରିମାଣ୍ଡ ଅବଧି, ଆଜି କୋର୍ଟରେ ହେବେ ହାଜର
ବାହାନଗା ରେଳ ଦୁର୍ଘଟଣା ମାମଲାରେ ତଦନ୍ତ ଜାରି ରହିଛି। ଏହି ମାମଲାରେ ଗିରଫ ହୋଇଥିବା ୩ କର୍ମଚାରୀଙ୍କୁ ରିମାଣ୍ଡରେ ନେଇ ସିବିଆଇ ଜେରା କରୁଛି। ତେବେ ଆଜି ଅଭିଯୁକ୍ତଙ୍କ ଏହି ରିମାଣ୍ଡ ଅବଧି ଶେଷ ହେବାକୁ ଯାଉଛି।
ଭୁବନେଶ୍ୱର (କେନ୍ୟୁଜ); ବାହନଗା ଟ୍ରେନ ଦୁର୍ଘଟଣା ମାମଲାରେ ଆଜି ସରିବ ୩ ଅଭିଯୁକ୍ତଙ୍କ ରିମାଣ୍ଡ । ରିମାଣ୍ଡ ସରିବା ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହଜାର ହେବେ ଅଭିଯୁକ୍ତ । ତିନି ଅଭିଯୁକ୍ତ ହେଲେ ସିନିୟର ସେକ୍ସନ ଇଂଜିନିୟର ଅରୁଣ ମହାନ୍ତି, ସେକ୍ସନ ଇଂଜିନିୟର ମହମ୍ମଦ ଅମ୍ମୀର ଖାନ ଓ ଟେକ୍ନିସିଅନ ପପୁ କୁମାର । ଗିରଫ ୩ ରେଳ ଅଧିକାରୀଙ୍କୁ ମାରାଥନ୍ ଜେରା କରୁଛି ସିବିଆଇର ସ୍ୱତନ୍ତ୍ର ଟିମ୍ । ସିଗନାଲିଂ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ତେବେ କେଉଁ ପରିସ୍ଥିତିରେ ଏମିତି ହେଲା, ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା, ଏହା ପଛରେ ଷଡ୍ଯନ୍ତ୍ର ରହିଛି କି, ଏସବୁ ଦିଗରେ ସିବିଆଇ ଅଧିକ ତଦନ୍ତ ଚଳାଇଛି । ୧୦ ଜଣ ରେଳବାଇ କର୍ମଚାରୀଙ୍କୁ ସମନ କରାଯାଇଛି । ଖୁବଶୀଘ୍ର ହାଜର ହୋଇ ସେମାନେ ନିଜର ପକ୍ଷ ରଖିବେ । ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା ପରେ ଛାଡ଼ିଦେଇଛି ସିବିଆଇ । ଟ୍ରେନ୍ ଟ୍ରାଜେଡି ଘଟଣାରେ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିପାରେ ।