ଭେଲ୍ଭ୍ୟୁ ଛକର ନବୀକରଣ ପାଇଁ ଖର୍ଚ୍ଚ ହେବ ୯ କୋଟି ଟଙ୍କା

କଟକ (କେନ୍ୟୁଜ୍): ଏବେ ଝଲସି ଉଠିବ କଟକ ସହରର ଭେଲ୍ଭ୍ୟୁ ଛକ । ଏହି ଛକରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାର ନଷ୍ପତି ନେଇଛନ୍ତି । ବୁବନେଶ୍ୱର ନନ୍ଦନକାନନ ରାସ୍ତାରେ କଟକ ଆସିବା ବେଳେ ତ୍ରିଶୁଳିଆ ବ୍ରିଜ୍ ଶେଷରେ ପଡ଼େ ଭେଲ୍ଭ୍ୟୁ ଛକ । ଏହି ଛକର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଅନେକ ଦିନ ଆଗରୁ ଦାବି ହୋଇ ଆସୁଥିଲା । ଏବେ ଏହି ଅଞ୍ଚଳକୁ ସରକାର ନୂଆ ରୂପ ଦେବେ । ଏହି ଉନ୍ନତି ମୂଳକ ପ୍ରକଳ୍ପରେ ୯ କୋଟି ଟଙ୍କା ଖର୍ଚ୍ଚ ହେବ ।
କେଉଁ କାମ ଉପରେ ଦିଆଯିବ ଗୁରୁତ୍ୱ :
ଏଠାରେ ପାକିଂ ଏରିଆ ଉପରେ ଜନସାଧାରଣଙ୍କ ପାଇଁ ଉନ୍ନିତି ମୂଳକ କାର୍ଯ୍ୟ କରାଯିବ । ଲୋକମାନଙ୍କ ପାଇଁ ସକାଳୁଆ ବ୍ୟାୟାମ ପାଇଁ ଓପନ ଜିମ୍ର ବ୍ୟବସ୍ଥା କରାଯିବ । ଏଠାରେ ଆହୁରି ପାର୍କ, ନେତାଜୀ ସୁଭାଷ ବୋଷଙ୍କ ପ୍ରତି ମୂର୍ତ୍ତୀ, ଜଗିଂ